ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ବ୍ରାହ୍ମଣପଦର ଗ୍ରାମ ପୋଲ ନିକଟରେ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତକ ମାନେ ହେଲେ ବ୍ରାହ୍ମଣପଦର ଗ୍ରାମର ବୁଡୁ ମଲ୍ଲିକ (୨୦) ଓ ଲିଜା ପାତ୍ର (୧୮)। ଉଭୟ ପୋଲ ନିକଟରେ ଥିବା ଏକ ନିମ ଗଛରେ ରଶିରେ ଝୁଲି ଆତ୍ମହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି । ଶବ ଜବତ ପରେ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି ବୋଲି ତାରସିଂ ଥାନା ଏସଆଇ ସବ୍ୟସାଚ୍ଚୀ ମଲ୍ଲ ସୂଚନା ଦେଇଛନ୍ତି ।

ପୁଲିସ କହିବା ଅନୁଯାୟୀ, ଲିଜା ମଧ୍ୟାହ୍ନ ଭୋଜନ ଖାଇବା ପରେ ‌ଡ୍ରେସ ଆଣିବାକୁ କହି ଘରକୁ ବାହାରି ଥିଲେ। କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ। ବ୍ରାହ୍ମଣପଦର ସ୍ଥିତ ବ୍ରିଜ ନିକଟସ୍ଥ ନିମ ଗଛ‌ରେ ଗୋଟିଏ ରଶିରେ ଉଭୟ ବୁଡୁ ଓ ଲିଜାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଦେଖିବା ପରେ ଗାଲେରୀ ଫାଣ୍ଡିରେ ଖବର ଦେଇ ଥିଲେ। ଗାଲେରୀ ଫାଣ୍ଡି ଅଧିକାରୀ ଅଶୋକ କୁମାର ତ୍ରିପାଠୀ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲେ। ଏନେଇ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡିଛି। ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନି।

ସମ୍ବନ୍ଧିତ ଖବର