ଜୀବନ ହାରିଲେ ନାବାଳକ ପ୍ରେମୀଯୁଗଳ

ଝରିଗାଁ : ବିବାହ ପାଇଁ ବୟସ ହୋଇ ନଥିଲା। ହେଲେ ପରସ୍ପରକୁ ଜୀବନଠୁ ବଳି ଭଲ ପାଉଥିଲେ। ଏହି ପ୍ରେମ ସଂପର୍କକୁ ବିରୋଧ କରିଥିଲେ ପରିବାର। ସ୍ଥିତି ଏଭଳି ହେଲା ଯେ ନାବାଳକ ପ୍ରେମିକ ଜଣକ ନାବାଳିକାକୁ ଅପହରଣ କରିନେଲେ। ଅଭିଯୋଗ ହେବାରୁ ପୁଲିସ ଉଭୟଙ୍କୁ ଉଦ୍ଧାର କରି ନାବାଳକ ପ୍ରେମିକକୁ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇଲା। ପ୍ରେମିକ ୩ ମାସ ସେଠାରେ ରହି ଫେରିବା ପରେ ପୁଣି ପରସ୍ପର ସହ ଭାବ ବିନିମୟ ହୋଇଥିଲା। ହେଲେ ପ୍ରେମକୁ ପରିବାରର ସ୍ୱୀକୃତି ନ ମିଳିବାରୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଲେ। ଆଜି ଗାଁ ନିକଟସ୍ଥ ଏକ କାଜୁ ବଣରୁ ଉଭୟଙ୍କ ଝୁଲନ୍ତା ଶବ ମିଳିଥିଲା। ଏଭଳି ଏକ ଘଟଣା ଘଟିଛି ନବରଂଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଦେଉଳକଣା ଗ୍ରାମରେ।

ସମ୍ବନ୍ଧିତ ଖବର