ପ୍ରେମୀ ଯୁଗଳ ଜୀବନ ହାରିଲେ 

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ସୁଲେଇପାଟ ମାଇନ୍ସ ଅଂଚଳରେ ଆଜି ଏହି ଦୁଃଖଦ ଘଟଣା ଘଟିଛି। ଏମ୍ଆଇପି ନିକଟସ୍ଥ ଏକ ସାହାଡ଼ା ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ମୃତ ପ୍ରେମୀ ଯୁଗଳ ହେଲେ କୁସୁମୀ ବ୍ଲକ୍‌ ଲଙ୍ଗଳଶିଳା ଫୁରମାଲସାହିର ଶ୍ୟାମ ମାଝୀଙ୍କ ପୁଅ ବାଜିନାଥ(୧୯) ଓ ସେହି ଗ୍ରାମର ରାଖାସାହିର ମାତାଲ ବିନ୍ଧାଣୀଙ୍କ ଝିଅ ସୁନୀତା(୧୭)। ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ଉଭୟଙ୍କ ଝୁଲନ୍ତା ଶବକୁ ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ।

ସମ୍ବନ୍ଧିତ ଖବର