ନୂଆପଡ଼ା : ନୂଆପଡ଼ା ଜିଲ୍ଲାର ପ୍ରେମୀଯୁଗଳ ଛତିଶଗଡ଼ରେ ଆତ୍ମହତ୍ୟା କରିଛନ୍ତି। ଛତିଶଗଡ଼ ପୁଲିସ ସେମାନଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।
ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଜୋଙ୍କ ଥାନା ଅଞ୍ଚଳର ନାବାଳିକା (୧୫ ବର୍ଷ) ଚଳିତ ମାସ ୮ ତାରିଖରୁ ନିଖୋଜ ହୋଇଥିଲେ। ପରିବାର ଲୋକ ଝିଅକୁ ନପାଇ ଜୋଙ୍କ ଥାନାରେ ଅଭିଯୋଗ କରିଥିଲେ। ଅନ୍ୟପଟେ ଜୋଙ୍କ ଥାନା ଅମଲିଦାର ଅଞ୍ଚଳର ନାବାଳକ (୧୬) ୮ ତାରିଖରୁ ନିଖୋଜ ହୋଇଥିଲେ। ଏମାନଙ୍କ ମଧ୍ୟରେ ପ୍ରେମସମ୍ପର୍କ ଥିଲା ବୋଲି ଗ୍ରାମର କିଛି ଲୋକ କହିଛନ୍ତି। ଚଳିତ ମାସ ୮ ତାରିଖରେ ଘରୁ ବାହାରି ବାଇକ୍ରେ (ସିଜି-୦୬ଜିଏସ୍-୬୦୯୧) ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଭୀମ୍ଖୋଜ ଥାନା ଖଲ୍ଲାରୀ ଗ୍ରାମର ହରବନ୍ଧା ଜଙ୍ଗଲକୁ ପଳାଇଥିଲେ। ସେଠାରେ ବାଇକ୍ ରଖି ଏକ ଗଛରେ କପଡ଼ାକୁ ବେକର ଲଗାଇ ଆତ୍ମହତ୍ୟା କରିଥିଲେ।