ଭୁବନେଶ୍ୱର: ଏଥର ରଜ ଫିକା ପଡ଼ିବ! ପାଗ ବଦଳିଥିବାରୁ ମୌସୁମୀ ବର୍ଷାରେ ଓଡ଼ିଶା ଭିଜିବ। ଆସନ୍ତା ୧୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ରହିଛି ସମ୍ଭାବନା। ଉତ୍ତର-ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି, ଯାହା ମୌସୁମୀ ବର୍ଷାକୁ ଅଧିକ ସକ୍ରିୟ କରିବା ପାଇଁ ବଳ ଯୋଗାଇପାରେ।

Advertisment

ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଲାଗିରହିବ ବର୍ଷା। ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ରାଜ୍ୟର ଅନେକ ଜିଲ୍ଲାରେ ହେବ ମୌସୁମି ବର୍ଷା। କିଛି କିଛି ଜିଲ୍ଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଆସନ୍ତାକାଲିଠାରୁ ଦିନ ତାପମାତ୍ରାରେ ପରିବର୍ତ୍ତନ ହେବ। ଆଉ ୨ରୁ ୩ ଡିଗ୍ରୀ ତାପମାତ୍ରା ଖସିବ। 

ତେବେ ଆଗାମୀ ୭ ଦିନ ପାଇଁ ରାଜ୍ୟରେ ଲାଗିରହିବ ବର୍ଷା। ଅସହ୍ୟ ଗରମ ଓ ଗୁଳୁଗୁଳି ଭିତରେ ରାଜ୍ୟର ଅନେକ ଜିଲ୍ଲାରେ ହେବ ମୌସୁମି ବର୍ଷା। ସେପଟେ ୨୦ ତାରିଖ  ଯାଏଁ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ଓ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।

 

ଆସନ୍ତାକାଲି ପାଇଁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଭିତରେ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ତି, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି। ୨୦ ତାରିଖ  ଯାଏଁ ରାଜ୍ୟରେ ମେଘୁଆ ପାଗ ସହ କିଛି କିଛି ସ୍ଥାନରେ ବର୍ଷା ଓ ଅନେକ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ବର୍ତ୍ତମାନ ପାଗ ଅନୁକୂଳ ରହିଥିବା ବେଳେ ଦୁଇ ଦିନ ମଧ୍ୟରେ ଓଡ଼ିଶାର କିଛି ଜିଲ୍ଲାକୁ ମୌସୁମି ବର୍ଷା ହେବ। କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ଏଥିସହିତ ଆଉ କିଛି ଜିଲ୍ଲା ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ଆସନ୍ତାକାଲି ପାଇଁ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ। ନବରଙ୍ଗପୁର, କନ୍ଧମାଳ, କଳାହାଣ୍ତି, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ପୁଣି ୧୫ ତାରିଖରୁ ମୌସୁମୀ ଜନିତ ବର୍ଷାର ପରିମାଣ ବଢ଼ିବ। ଆସନ୍ତା ତିନି ଦିନ ଅର୍ଥାତ ୧୮, ୧୯ ଓ ୨୦ ତାରଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେପଟେ ୧୮ ତାରିଖ ବେଳକୁ ଉତ୍ତର-ଓଡ଼ିଶା ଓ ଝାଡ଼ଖଣ୍ଡ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ଅଛି ଯାହା ମୌସୁମୀ ବର୍ଷାକୁ ଅଧିକ ସକ୍ରିୟ କରିବ ବୋଲି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ। ୧୮ ତାରିଖ ବେଳକୁ ମୟୂରଭଞ୍ଜ, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ ଓ ଝାରସୁଗୁଡ଼ାରେ ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି।

Odisha | Weather | Monsoon