ଭୁବନେଶ୍ୱର: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ୧୨ଘଣ୍ଟା ମଧ୍ୟରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ତେବେ ଏହା ୪୮ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
୪ରୁ ୭ ତାରିଖ ମଧ୍ୟରେ ଓଡ଼ିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ନଭେମ୍ବର ୮ରେ ଉପକୂଳ ଓଡ଼ିଶାରେ ଗୋଟିଏ କିମ୍ବା ଦୁଇଟିସ୍ଥାନରେ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ବାକି ସ୍ଥାନରେ ପାଗମୁଖ୍ୟତଃ ଶୁଖିଲା ରହିବ। ତେବେ ୮ ତାରିଖ ପରେ ଏହା ବାତ୍ୟାରେ ପରିଣତ ହୋଇପାରେ। ଏହି ସମୟରେ ପବନ ବେଗ ୧୦୦ରୁ ୧୨୦କିଲୋମିଟର ପର୍ଯ୍ୟନ୍ତ ରହିପାରେ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରଯାଇଛି। ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଉପରେ ଏହାର ପ୍ରଭାବ ଅଧିକ ରହିବ ବୋଲି କୁହାଯାଉଛି।