ଭୁବନେଶ୍ୱର : ବଙ୍ଗୋପସାଗରରେ ଦାନା ବାନ୍ଧୁଥିବା ଲଘୁଚାପ ଆହୁରି ଶକ୍ତିଶାଳୀ ହୋଇ ଆସନ୍ତା ୨୧ ଅକ୍ଟୋବର ସୁଦ୍ଧା ଏକ ଡିପ୍ରେସନ ଓ ୨୨ ତାରିଖ ସୁଦ୍ଧା ଏକ ଡିପ୍‌-ଡିପ୍ରେସନରେ ପରିଣତ ହେବା ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ କହିଛି ।

Advertisment

ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ଯେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଖୁବଶୀଘ୍ର  ୱେଲମାର୍କଡ୍‌ ହେବ । ତେବେ ଚିନ୍ତାର କାରଣ ହେଉଛି, ଏହା ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଏହା ବଙ୍ଗୋପସାଗର ଉପରେ ରହିବ । ଫଳରେ ଏହା ଆହୁରି ଶକ୍ତିଶାଳୀ ହୋଇ ଆସନ୍ତା ୨୧ ଅକ୍ଟୋବର ସୁଦ୍ଧା ଏକ ଡିପ୍ରେସନ ଓ ୨୨ ତାରିଖ ସୁଦ୍ଧା ଏକ ଡିପ୍‌-ଡିପ୍ରେସନରେ ପରିଣତ ହେବ ।

ଏହି ଡିପ୍ରେସନ ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ନିକଟରେ ସ୍ଥଳଭାଗ ଛୁଇଁବା ପରେ ବାଂଲାଦେଶ ଓ ଆସାମଆଡ଼କୁ ବୁଲିଯିବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଉତ୍ତର ଓ ଉପକୂଳ ଓଡ଼ିଶା ଓ ପଶ୍ଚିମବଙ୍ଗରେ ଆସନ୍ତା ୨୧ ଓ ୨୨ ତାରିଖରେ ପ୍ରବଳ ବର୍ଷା ଲାଗିରହିବାର ସମ୍ଭାବନା ରହିଛି । ବର୍ଷା ସହିତ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । ସେହିପରି ୨୩ ରୁ ୨୫ ମଧ୍ୟରେ ବାଂଲାଦେଶ, ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସ୍କାଏମେଟ୍‌ ଆକଳନ କରିଛି ।