ଭୁବନେଶ୍ୱର: ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଏହା କ୍ରମଶଃ ଆନ୍ଧ୍ରପ୍ରଦେଶ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଆଖପାଖ ବଙ୍ଗୋପସାଗରକୁ ପାଖେଇ ଆସିବ ବୋଲି ଅଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୨୫ ତାରିଖରୁ ସ୍ୱଳ୍ପ ପରିମାଣର ବର୍ଷା ଆରମ୍ଭ ହୋଇ ୨୬ ତାରିଖରେ ବର୍ଷାର ପରିମାଣ ବଢ଼ିବ।
ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟ ଓଡ଼ିଶା ଉପକୂଳକୁ ମୁହାଁଇବା ପରେ ଲଘୁଚାପରେ ପରିଣତ ହେବ । ଫଳରେ ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ପରିମାଣ ବି ବୃଦ୍ଧି ପାଇବ। ଗତକାଲି ଅମୃତସରରୁ ଏକ ମୌସୁମୀ ଟ୍ରଫ୍ ଲାଇନ ବାଲେଶ୍ୱର ଦେଇ ଆଣ୍ଡାମାନ ଉପକୂଳ ପର୍ଯ୍ୟନ୍ତ ଲମ୍ବିଯାଇଛି। ଆଗାମୀ ଦିନରେ ଏହା ଘୂର୍ଣ୍ଣିବଳୟ ସୃଷ୍ଟି କରିବାରେ ସହାୟକ ହେବ ସୂଚନା ରହିଛି। ଘୂର୍ଣ୍ଣିବଳୟ ନ ହେବା ଯାଏ ରାଜ୍ୟରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ହେବ।
ଉଲ୍ଲେଖଯୋଗ୍ୟ,ଗତ ୨୪ ଘଣ୍ଟା ଭିତରେ ଲହୁଣୀପଡ଼ାରେ ୨୦ ମିଲିମିଟର ବର୍ଷା ହୋଇଥିବା ବେଳେ ଯୋଡ଼ା, ରାୟଗଡ଼ା ଜିଲ୍ଲାର କୋଟ୍ରାଗୁଡ଼ା ଏବଂ ଅମ୍ବାଦୋଳାରେ ୧୦ ମି.ମି. ବର୍ଷା ହୋଇଥିଲା। ଗତକାଲି ଭୁବନେଶ୍ୱରର କିଛି ସ୍ଥାନରେ ଅଧଘଣ୍ଟା ଧରି ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଅନ୍ୟ ସ୍ଥାନରେ ଟୋପାଏ ବର୍ଷା ହୋଇନାହିଁ।
ରାଜ୍ୟରେ ଲଘୁଚାପ ଆଶଙ୍କା!ରାଜ୍ୟରେ ଲଘୁଚାପ ଆଶଙ୍କା!
/sambad/media/post_attachments/wp-content/uploads/2017/09/Low-Pressure-Rain.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)