ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ କମିଛି ଦୁର୍ଘଟଣା ହାର: ପରିବହନ ମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦୁର୍ଘଟଣା ହାର କମ୍‌ ହୋଇଛି। ଏ ନେଇ ସୂଚନା ଦେଇ ବାଣିଜ୍ୟ ଓ ପରିହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ଗତବର୍ଷ ଜାନୁଆରିରୁ ମାର୍ଚ୍ଚ ଭିତରେ ୩ ହଜାର ୫୮ଟି ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୧୫୮୦ ଲୋକଙ୍କ ପ୍ରାଣହାନୀ ଘଟିଥିବାବେଳେ ୩୨୩୩ ଜଣ ଆହତ ହୋଇଥିଲେ। ଚଳିତବର୍ଷ ଏହି ସମୟରେ ସାରା ରାଜ୍ୟରେ ୨ ହଜାର ୮୮୧ଟି ଦୁର୍ଘଟଣା ଘଟିଛି। ଏଥିରେ ୧୩୫୩ ଜଣଙ୍କର ପ୍ରାଣହାନୀ ଘଟିଛି ଓ ୨୮୮୨ ଜଣ ଆହତ ହୋଇଛନ୍ତି। କରୋନା ପାଇଁ ଲକ୍‌ଡାଉନ୍‌ ସମୟରେ ଦୁର୍ଘଟଣା ବହୁ ମାତ୍ରାରେ କମିଛି। କିନ୍ତୁ ଏ ନେଇ ନିର୍ଦିଷ୍ଟ ତଥ୍ୟ ହସ୍ତଗତ ହୋଇନଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର