ଲୋୟର ସୁକତେଲ ପ୍ରସଙ୍ଗ : କରୋନା ପାଇଁ ଆନ୍ଦୋଳନ ସ୍ଥଗିତ, ଏକ୍ସନ କମିଟିର ବଡ଼ତେଲେନପାଲି ଗସ୍ତ

ଏକ୍ସଗ୍ରାସିଆ ନେଇ କାମ ପାଇଁ ବିସ୍ଥାପିତ ରାଜି: କମିଟି

ବଲାଙ୍ଗୀର : ଲୋୟର ସୁକତେଲ ପ୍ରକଳ୍ପର ବୁଡ଼ିଅଂଚଳ ବଡ଼ ତେଲେନପାଲି ଗାଁ ଗସ୍ତ କରିଛି ବଲାଙ୍ଗୀର ଏକ୍ସନ କମିଟି। ବିସ୍ଥାପିତଙ୍କ ଅନୁରୋଧକ୍ରମେ କମିଟିର କର୍ମକର୍ତ୍ତା ଗାଁକୁ ଯାଇ ସେମାନଙ୍କ ସହ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ଏକ୍ସନ କମିଟିର ଆବାହକ ଗୋପାଲଜୀ ପାଣିଗ୍ରାହୀ। ଏକ୍ସଗ୍ରାସିଆ ରାଶି ଗ୍ରହଣ କରି ପ୍ରକଳ୍ପ କାମକୁ ଆରମ୍ଭ କରିବା ପାଇଁ ବୁଡ଼ି ଅଞ୍ଚଳବାସୀ ସହମତି ପ୍ରକାଶ କରିଥିବା ସେ ସୂଚନା ଦେଇଛନ୍ତି। ବିଗତ ଦିନରେ ଆନ୍ଦୋଳନ କରି ବିସ୍ଥାପିତମାନେ ବିଭିନ୍ନ ଦାବି ହାସଲ କରିଥିବା କଥା ସେ ଉଲ୍ଲେଖ କରିବା ସହ ବର୍ତ୍ତମାନର ସମସ୍ୟା ବିଷୟରେ ଆଲୋଚନା କରାଯାଇଥିବା କହିଛନ୍ତି।

କମିଟି ପକ୍ଷରୁ ଅନୁଷ୍ଠିତ ବୈଠକରେ ବିସ୍ଥାପିତଙ୍କ ପ୍ରତିନିଧିଭାବେ ଚମରା ମହାକୁର, କୈଳାସ ରଣା, ମଧୁ ରଣା, ପ୍ରହଲ୍ଲାଦ ରଣା, ଟୁନା ମିଶ୍ର, ସୁମିତ ମିଶ୍ର, ବଳଦେବ ରଣା, ସୁଦାମ ଧରୁଆ, ଘନ ବାରିକ, ଘାସିରାମ ଧରୁଆ, ଜନେକ ଧରୁଆ, ସଞ୍ଜିବ ରାଉତ, ଚନ୍ଦ୍ର ଶେଖର ଭୋଇ, ମଣିଚନ୍ଦ୍ର ମାଝି, ଅଶୋକ ଧରୁଆ, କୃଷ୍ଣ ଧରୁଆ, ତ୍ରିଲୋତ୍ତମା ଧରୁଆ, ଗୌରି ଧରୁଆ, କଳ୍ପନା ଧରୁଆ, ସାନ ମାରପାଚୀ, ମନୋଜ ଶବର, ସନ୍ତୋଷ ରାଉତ, ନରେଶ ଅଗ୍ରୱାଲ, ଗୌରୀ ଶଙ୍କର କୁମୁରା ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଏକ୍ସନ କମିଟିର ସମ୍ପାଦକ ବୁଲୁ ସିଂଦେଓ, ପ୍ରତାପ ରଥ, ଯୁବ ସଭାପତି ବିନୋଦ କାଲସାଏ, ଗୋବିନ୍ଦ ଶତପଥି, ସନ୍ତୋଷ ପଟ୍ଟନାୟକ, ପ୍ରୀତମ କଲତା, ରାଜବ ପରମାପିକ, ଗୋପାଳ ଆଚାର୍ଯ୍ୟ, ଲିଙ୍କନ ସେଟ, ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ କମିଟି ପକ୍ଷରୁ ଲୋୟର ସୁକତେଲ ପ୍ରସଙ୍ଗରେ ମାର୍ଚ୍ଚ ୧୬ରୁ ଆରମ୍ଭ ହେବାକୁ ଥିବା ‘ଭୋକ ଉପବାସ ଆନ୍ଦୋଳନ’କୁ ସ୍ଥଗିତ ରଖାଯାଇଛି । କରୋନା ଭାଇରସର ସଂକ୍ରମଣ ତଥା ଜନସାଧାରଣଙ୍କ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରେ ରଖି ଏବଂ ବଲାଙ୍ଗୀର ଜିଲ୍ଲାପାଳ ତଥା ଏସ୍‌ଡିପିଓଙ୍କ ଅନୁରୋଧ କ୍ରମେ ସାମୟିକ ଭାବେ ଏହାକୁ ସ୍ଥଗିତ ରଖାଯାଇଛି ବୋଲି କମିଟି ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର