ଘୁ.ଉଦୟଗିରି: କିଛି ଦିନ ହେଲା କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ସହର ଥଣ୍ଡାର ସହର ଭାବେ ଓଡ଼ିଶାରେ ପରିଚିତ ରହିଥିବା ବେଳେ ଦିନକୁ ଦିନ ପାରଦ ତଳମୁଁହା ହେବା ସହ ଥଣ୍ଡାର ପ୍ରକୋପ ବଢ଼ିବାରେ ଲାଗିଛି। ପ୍ରବଳ ଥଣ୍ଡା ସହ ଜାଡ଼ ଅନୁଭୂତ ହେଉଛି। ହାତଗୋଡ଼, ପାଣି ସକାଳୁ ଛୁଇଁବା କଷ୍ଟକର ହେଉଛି। ସକାଳୁ ପ୍ରବଳ କୁହୁଡ଼ିର ବଳୟରେ ଅଞ୍ଚଳରେ ଯାତାୟତ ମଧ୍ୟ ପ୍ରଭାବିତ ହେଉଛି।
/sambad/media/post_attachments/wp-content/uploads/2023/12/IMG-20231219-WA0231.jpg)
ଓଡ଼ିଶାର ସବୁଠାରୁ ଥଣ୍ଡା ସହର ଘୁ.ଉଦୟଗିରି ହୋଇଥିବା ବେଳେ ଏଠାରେ କ୍ରମାଗତ ଭାବରେ ପାରଦ ତଳମୁହାଁ ହୋଇଥିବା ଦେଖିବାକୁ ମିଳିଛି। ଗତ ୧୧ ତାରିଖରେ ଅଞ୍ଚଳର ତାପମାତ୍ରା ୯.୪ ରହିଥିଲା ଯାହାକି ରାଜ୍ୟରେ ପ୍ରଥମ ଥଣ୍ଡା ସହର ଭାବରେ ପରିଗଣିତ ହୋଇଥିଲା। ତାପରଠାରୁ ଆଜକୁ ପ୍ରତ୍ୟକ ଦିନ ପାରଦ ୧୦ ଡିଗ୍ରୀ ତଳେ ରହିଛି। ଏହି ମାସ ଆର୍ଥାତ ଡ଼ିସେମ୍ବର ମାସ ୧୨ ତାରିଖରେ ୭.୨,୧୩ ତାରିଖରେ ୮.୪,୧୪ ତାରିଖରେ ୭.୦, ୧୫ ତାରିଖରେ ୭.୫, ୧୬ ତାରିଖରେ ୮.୪, ୧୭ ତାରିଖରେ ୮.୬, ୧୮ ତାରିଖରେ ୮.୦ ଓ ଆଜି ୧୯ ତାରିଖରେ ୬.୫ ତାପମାତ୍ର ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି।
/sambad/media/post_attachments/wp-content/uploads/2023/12/IMG-20231219-WA0235.jpg)
ପ୍ରବଳ ଥଣ୍ଡରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁ ଭରସାରେ ରହୁଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ଲୋକେ ନିଆଁକୁ ଏକମାତ୍ର ସାହାରା ଭାବରେ ନେଇ ଥିବା ବେଳେ ବୃଦ୍ଧ ବୃଦ୍ଧା ନାହିଁ ନ ଥିବା ସମସ୍ୟାର ସମୁଖୀନ ହେଉଛନ୍ତି। କମ୍ବଳ ଆଉ କାମ କରୁନାହିଁ। ଦୁଇ ତିନିଟି କମ୍ବଳ ହେଲେ ମଧ୍ୟ କାମ କରୁ ନ ଥିବା ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/7adf1353-b5ef-469c-a357-94ed80049014.jpeg)