ଲୋୟଲା ସ୍କୁଲ ଜିତିଲା ସିଏସ୍‌ଏମ୍ ସାଇନାପ୍ସ କ୍ୱିଜ୍‌ 

ଭୁବନେଶ୍ୱର : କ୍ୱିଜ୍ ଚ୍ୟାଲେଞ୍ଜ ‘ସିଏସ୍‌ଏମ୍ ସାଇନାପ୍ସ କ୍ୱିଜ୍‌’ରେ ଲୋୟଲା ସ୍କୁଲ ବିଜେତା ହୋଇଛି। ମଦର୍ସ ପବ୍ଲିକ୍ ସ୍କୁଲ ଏବଂ ସାଇ ଇଂଟରନ୍ୟାସନାଲ ସ୍କୁଲ ଯଥାକ୍ରମେ ପ୍ରଥମ ରନର୍ସ ଅପ୍ ଓ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି। ଜୟଦେବ ଭବନରେ ଅନୁଷ୍ଠିତ ଭୁବନେଶ୍ୱରର ସ୍କୁଲ କ୍ୱିଜ୍ ‘ସାଇନାପ୍ସ’କୁ ଭାରତର ବିଖ୍ୟାତ କ୍ୱିଜ୍ ମାଷ୍ଟର ତଥା ଲୋକପ୍ରିୟ ଟିଭି ସିରିଜ୍ ‘କୌନ ବନେଗା କରୋଡ଼ପତି’ର ରିସର୍ଚ୍ଚ ହେଡ୍ ଭାବେ କାମ କରିଥିବା ଆଦିତ୍ୟନାଥ ମୁବାୟୀ କ୍ୱିଜ୍ ପରିଚାଳନା କରିଥିଲେ। ଏହି କ୍ୱିଜ୍ ଦୁଇଟି ରାଉଣ୍ଡରେ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସ୍କ୍ରିନିଂ ବା ପ୍ରିଲିମ୍ ରାଉଣ୍ଡ ଓ ତା’ପରେ ପରେ ଫାଇନାଲ ରାଉଣ୍ଡ ହୋଇଥିଲା।

ଇଣ୍ଡିଆ ୭୫, ଆଜାଦି କା ଅମୃତ ମହୋତ୍ସବ ଆଧାରରେ କ୍ୱିଜର ବିଷୟବସ୍ତୁ ରହିଥିଲା। ଏହି ମେଗା କ୍ୱିଜ୍ ପ୍ରତିଯୋଗିତାରେ ଭୁବନେଶ୍ୱରର ୧୩ଟି ସ୍କୁଲ ଅଂଶଗ୍ରହଣ କରିଥିଲେ। ପ୍ରିଲିମ୍ ରାଉଣ୍ଡ ପରେ ଶ୍ରେଷ୍ଠ ୬ ଟିମ୍ ଭାବେ ଡିଏଭି ଚନ୍ଦ୍ରଶେଖରପୁର, ଡିଏଭି ପୋଖରୀପୁଟ, ମଦର୍ସ ପବ୍ଲିକ୍ ସ୍କୁଲ, ସାଇ ଇଂଟରନ୍ୟାସନାଲ, ଲୋୟଲା ସ୍କୁଲ ଓ ଡିଏମ୍ ପବ୍ଲିକ୍ ସ୍କୁଲ ଫାଇନାଲ୍ ରାଉଣ୍ଡରେ ପ୍ରବେଶ କରିଥିଲେ। ସିଏସ୍‌ଏମ୍ ଟେକ୍ନୋଲୋଜିଜ୍‌ର ପ୍ରତିଷ୍ଠାତା ତଥା ସିଇଓ ପ୍ରିୟଦର୍ଶୀ ନାନୁ ପାଣି କ୍ୱିଜ୍ ପ୍ରତିଯୋଗିତାର ବିଜେତାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସିଏସ୍‌ଏମ୍ ଟେକ୍ନୋଲୋଜିଜ୍ ଆୟୋଜନ କରିଥିବା ଏହି କ୍ୱିଜ୍ ପ୍ରତିଯୋଗିତାରେ କ୍ୱିଜ୍‌କ୍ରାଫ୍ଟ ଓ ବିଜନେସ୍ ଷ୍ଟାଣ୍ଡାର୍ଡ ଆଉଟରିଚ୍ ଓ ମିଡିଆ ପାର୍ଟନର ରହିଥିଲେ।

ସମ୍ବନ୍ଧିତ ଖବର