ଭୁବନେଶ୍ୱର: ଆଜି (ଗୁରୁବାର) ପୁଣି ଥରେ ଓଡ଼ିଶାରେ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ଘରୋଇ ରନ୍ଧନ ଗ୍ୟାସର ମୂଲ୍ୟ ସିଲିଣ୍ଡର ପିଛା ମୂଲ୍ୟରେ ୨୫ ଟଙ୍କା ମହଙ୍ଗା ହୋଇଛି। ଏଥିସହ ଗତ ଦୁଇ ମାସ ମଧ୍ୟରେ ଏଲପିଜିର ସିଲିଣ୍ଡର ପିଛା ଦରରେ ୨୦୦ ଟଙ୍କାର ମୂଲ୍ୟ ବୃଦ୍ଧି ଘଟିଛି। ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଲାଗୁ ହୋଇଯିବା ପରେ ରାଜଧାନୀ ଭୁବନେଶ୍ୱରର ପରିବାରଗୁଡିକ ପାଇଁ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୮୨୦ ଟଙ୍କା ୫୦ ପଇସାକୁ ବୃଦ୍ଧି ପାଇଛି।

Advertisment

ଏହା ପୂର୍ବରୁ ଭୁବନେଶ୍ୱରରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୭୯୫ ଟଙ୍କା ୫୦ ପଇସା ଥିଲା। ଚଳିତ ଫେବ୍ରୁଆରି ମାସରେ ରାଜ୍ୟରେ ଏଲପିଜି ସିଲିଣ୍ଡର ମୂଲ୍ୟରେ କ୍ରମାଗତ ଭାବେ ଏହାକୁ ମିଶାଇଲେ ତୃତୀୟ ଥର ପାଇଁ ମୂଲ୍ୟ ବୃଦ୍ଧି ଘଟିଛି। ପ୍ରଥମ ଥର ପାଇଁ ଫେବ୍ରୁଆରି ୪ରେ ଏଲପିଜି ଦରରେ ୨୫ଟଙ୍କା ବୃଦ୍ଧି ଘଟିଥିବା ବେଳେ ଫେବ୍ରୁଆରି ୧୪ରେ ଆଉ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା। ଆଜି ତୃତୀୟ ଥର ପାଇଁ ଏଲପିଜି ସିଲିଣ୍ଡରରେ ୨୫ ଟଙ୍କାର ମୂଲ୍ୟବୃଦ୍ଧି ଘଟିଛି।

ଅନ୍ୟପକ୍ଷରେ ଆଜିର ମୂଲ୍ୟବୃଦ୍ଧି ପରେ ଏବେ କୋଲକାତାରେ ଏଲପିଜି ସିଲିଣ୍ଡରର ନୂତନ ମୂଲ୍ୟ ୮୨୦ ଟଙ୍କା ହୋଇଛି। ପୂର୍ବରୁ ଏହା ୭୯୫ ଥିଲା। ସେହିପରି ମୁମ୍ବାଇରେ, ସିଲିଣ୍ଡରର ମୂଲ୍ୟ ବର୍ତ୍ତମାନ ୭୯୪ ଟଙ୍କା, ଚେନ୍ନାଇରେ ୮୧୦ ଟଙ୍କା ଓ ହାଇଦ୍ରାବାଦରେ ଏହା ୮୨୧ ଟଙ୍କ ୫୦ ପଇସା ହୋଇଛିି।