ସୁଦର୍ଶନ ପଟ୍ଟନାୟକ ରାଜ୍ୟ ଲଳିତକଳା ଏକାଡେମି ସଭାପତି ନିଯୁକ୍ତ

 

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ବିଶିଷ୍ଟ ବାଲୁକା କଳା ଶିଳ୍ପୀ  ସୁଦର୍ଶନ ପଟ୍ଟନାୟକଙ୍କୁ ରାଜ୍ୟ ଲଳିତ କଳା ଏକାଡେମିର ନୂତନ ସଭାପତି ଭାବେ ନିଯୁକ୍ତି ଦେଇଛନ୍ତି। ଆଜି ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ ପଦ୍ମ ବିଭୂଷଣ ଡ. ରଘୁନାଥ ମହାପାତ୍ର ରାଜ୍ୟସଭାକୁ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହେବା ପରେ ରାଜ୍ୟ ଲଳିତକଳା ଏକାଡେମୀର ସଭାପତି ପଦରୁ ଶ୍ରୀ ମହାପାତ୍ର ଇସ୍ତଫା ଦେଇଥିଲେ। ଏହି ଇସ୍ତଫା ଯୋଗୁଁ ଖାଲି ପଡ଼ିଥିବା ପଦବିରେ ରାଜ୍ୟ ସରକାର ସୁଦର୍ଶନ ପଟ୍ଟନାୟକଙ୍କୁ ନିଯୁକ୍ତି ଦେଇଛନ୍ତି।

ସମ୍ବନ୍ଧିତ ଖବର