ଭାରତୀୟ ସେନାର ଉପମୁଖ୍ୟ ହେବେ ଓଡ଼ିଆ ପୁଅ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ

ଭୁବନେଶ୍ବର : ଓଡ଼ିଆ ପୁଅ ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ହେବେ ଭାରତୀୟ ସେନାର ୪୨ତମ ଉପମୁଖ୍ୟ । ସେ ଏବେ ଭାରତୀୟ ସେନାର ଦକ୍ଷିଣାଞ୍ଚଳ କମାଣ୍ଡର ମୁଖ୍ୟ ଅଛନ୍ତି ।

ବିଶ୍ବର ଅନ୍ୟତମ ଶକ୍ତିଶାଳୀ ପ୍ରତିରକ୍ଷା ବହେିନୀ ଭାରତୀୟ ସେନାର ୨ୟ ସର୍ବୋଚ୍ଚ ପଦବୀ ମଣ୍ଡନ କରିବାରେ ସେ ହେବେ ପ୍ରଥମ ଓଡ଼ିଆ । ଲେପ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି ମୂଳତଃ ଜଗତସିଂହପୁର ଜିଲ୍ଲାର ଅଧିବାସୀ। ସେ ଡେରାଡୁନର ଆରଆଇଏମସିରୁ ସେନା ଟ୍ରେନିଂ ଶେଷ କରିଥିଲେ । ପରେ ଏନଡିଏରେ ଉଚ୍ଚତର ଶିକ୍ଷା ଲାଭ କରିଥିଲେ ଚଣ୍ଡୀ ପ୍ରସାଦ ମହାନ୍ତି । ସେନା ଉପମୁଖ୍ୟ ଭାବେ ସେ ଏସ କେ ସାଇନିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ । ଜାନୁଆରୀ ୩୧ରେ ଅବସର ଗ୍ରହଣ କରିବେ ସାଇନି ।

 

ସମ୍ବନ୍ଧିତ ଖବର