ଓଡ଼ିଶାରେ ଏଲଏଣ୍ଡଟିକୁ  ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟାଦେଶ

ଭୁବନେଶ୍ୱର: ଏଲ୍ଏଣ୍ଡଟି ଜିଓଷ୍ଟ୍ରକ୍ଚର୍ ପ୍ରାଇଭେଟ୍ ଲିମିଟେଡ୍ ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ କଣ୍ଟ୍ରାକ୍ଟ ହାସଲ କରିଛି ।  ଓଡ଼ିଶାର କେନ୍ଦୁଝର ଜିଲ୍ଲାରେ ଥିବା କାନୁପୁର ଜଳସେଚନ ପ୍ରକଳ୍ପରେ ଏକ କିମି ଲମ୍ବା ୧୦୦୦ ଏମ୍ଏମ୍ ମୋଟା ପ୍ଲାଷ୍ଟିକ୍ କଂକ୍ରିଟ୍ କଟ୍-ଅଫ୍ ପାଚେରୀକୁ କଂପାନି ନିର୍ମାଣ କରିବ । ଡ୍ୟାମର  ସ୍ଥିରତା ବଢ଼ାଇବା ଲାଗି ଉପର ଭାଗରୁ ଝରୁଥିବା ଜଳକୁ ଏହା ତଳ ଆଡ଼କୁ ଛାଡ଼ିବାରେ ସହାୟକ ହେବ । ଏହି ପ୍ରକଳ୍ପ କାର୍ଯ୍ୟକୁ କଂପାନି ୧୧ ମାସରେ ଶେଷ କରିବ ।

କଂପାନିର ମେଟାଲର୍ଜିକାଲ୍ ଓ ମାଟେରିଆଲ୍ ହ୍ୟାଣ୍ଡଲିଂ ବ୍ୟବସାୟକୁ ଇସ୍ପାତ କ୍ଷେତ୍ରର ଏକ କାର୍ଯ୍ୟ ବରାଦ ମିଳିଛି । ସେଥିରେ କଂପାନି କୋକ୍ ଓଭେନ୍, ବାଏ ପ୍ରଡକ୍ଟ ଓ କୋକ୍ ଡ୍ରାଏ କ୍ୱେନ୍ଚିଂ ପ୍ଲାଣ୍ଟ ନିର୍ମାଣ କରିବ ।  ଜଣେ ପୁରୁଣା ଗ୍ରାହକଙ୍କ ଠାରୁ ଖଣି କ୍ଷେତ୍ରରେ ଏକ କାର୍ଯ୍ୟ ବରାଦକୁ ମଧ୍ୟ କଂପାନି ହାସଲ କରିଛି ।

 

 

ସମ୍ବନ୍ଧିତ ଖବର