ମେ’ ୩ ଯାଏଁ ଲକଡାଉନ ଅବଧି ବଢ଼ାଇଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଗାମୀ ମେ’ ମାସ ୩ ତାରିଖ ଯାଏଁ ଲକଡାଉନ୍ ଅବଧି ବଢ଼ାଇଛନ୍ତି । ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ଲକଡାଉନ ଅବଧି ମେ’ ୩ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ଏ ନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।

ସୂଚନାଯୋଗ୍ୟ, କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚ ୨୨ ତାରିଖଠାରୁ ଲକ୍‌ଡାଉନ୍ ଆରମ୍ଭ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଏହି ଲକଡାଉନ୍ ଏପ୍ରିଲ ୧୪ରେ ଶେଷ ହୋଇଥିଲା । କିନ୍ତୁ ରାଜ୍ୟ ସରକାର ପ୍ରଥମ ପର୍ଯ୍ୟାୟର ଲକଡାଉନ ଅବଧି ଶେଷ ହେବା ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଏପ୍ରିଲ ୩୦ ଯାଏଁ ଲକଡାଉନ ବଢ଼ାଇବାକୁ ପ୍ରସ୍ତାବ ଦେବା ସହିତ ନିଜେ ଏହାକୁ ପ୍ରଥମ ପାଳନ କରିଥିଲେ । କେନ୍ଦ୍ର ସରକାର ଆଗାମୀ ମେ’ ୩ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବଢ଼ାଇଛନ୍ତି । ରାଜ୍ୟ ସରକାର ମଧ୍ୟ ଆଜି ଅନୁରୂପ ଭାବେ ଲକଡାଉନ ସମୟ ଆଗାମୀ ୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ।

ସମ୍ବନ୍ଧିତ ଖବର