ସଂକ୍ରମଣ ରୋକିବାକୁ ସମସ୍ତେ ଉଦ୍ୟମ କରିବା, ଆଉ ଲକ୍‌ଡାଉନ୍‌ ସ୍ଥିତିକୁ ଫେରିବାନି: ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ବକ୍ତବ୍ୟ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଭିଡିଓ କନଫରେନ୍ସିଂ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ବକ୍ତବ୍ୟ ରଖିଛନ୍ତି । ଆଉ ଲକଡାଉନ ସ୍ଥିତିକୁ ଫେରିବା ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବାକୁ ସମସ୍ତେ ଚେଷ୍ଟା କରିବା ଉଚିତ ଏବଂ ଏଥି ପାଇଁ ସତର୍କ ରହିବା ମଧ୍ୟ ଦରକାର । କୋଭିଡ ନିୟମ ମାନିବାକୁ ଲୋକେ ଢିଲାପଣ ଦେଖାଉଛନ୍ତି । ବିଭିନ୍ନ ଦେଶ ଓ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ବଢିବା ପରେ ସତର୍କ ହେବା ନିହାତି ଜରୁରୀ । ଏତେ ବିଶାଳ ଜନସଂଖ୍ୟାରେ ହର୍ଡ ଇମ୍ୟୁନିଟି ହାସଲ ସମ୍ଭବପର ନୁହେଁ, ଏହା ସମୟ ସାପେକ୍ଷ । ତେଣୁ ସତର୍କ ରହିବା ନିହାତି ଜରୁରୀ । ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ତେବେ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଦେଶର ବିଭିନ୍ନ ରାଜ୍ୟରେ ପୁଣି କରୋନାର ଦ୍ୱିତୀୟ ଲହର ଦେଖାଦେଇଛି । ମହାରାଷ୍ଟ୍ର ଓ ଗୁଜରାଟର ସୁରଟ ସମେତ କିଛି ଅନ୍ୟ ସହରରେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଛି । କରୋନା ସଙ୍କଟ ଭିତରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୋଦୀ । ଏଥିରେ ଟେଷ୍ଟିଂ ବଢାଇବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ବିଶେଷକରି ଟେଷ୍ଟିଙ୍ଗ, ଟ୍ରାକିଙ୍ଗ ଓ ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ଆରଟି-ପିସିଆର ଟେଷ୍ଟିଂ ବଢାଇବା, ଟିକାକରଣ ଉପରେ ବି ଗୁରୁତ୍ୱ ଦେଇଛନ୍ତି ।

ସମ୍ବନ୍ଧିତ ଖବର