ବ୍ରହ୍ମଗିରିରେ ଲୁଲୁଙ୍କ ଜନ୍ମ ଦିବସ ପାଳିତ

ବ୍ରହ୍ମଗିରି : ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅପାରଗତା ଜଳ ଜଳ ଦେଖାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଆଜି ବ୍ରହ୍ମଗିରିଠାରେ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ୫୪ତମ ଜନ୍ମ ଦିବସରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜଣେ ଅଣଓଡ଼ିଆ ଗୁମାସ୍ତା ରାଜ୍ୟ ଶାସନକୁ ପୂରା ନିୟନ୍ତ୍ରଣ କରୁଛନ୍ତି। ଗଣମାଧ୍ୟମ ଓ ବିରୋଧୀ ଦଳର କଣ୍ଠରୋଧ କରାଯାଉଛି। ପୁଲିସ ବର୍ବରତାଠାରୁ ଆରମ୍ଭ କରି ଚିଟ୍‌ଫଣ୍ଡ ଦୁର୍ନୀତିର ଜବାବ ଆଗାମୀ ଦିନରେ ଓଡିଶାର ଜନତା ଦେବେ ବୋଲି ସେ କହିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଲୁଲୁଙ୍କ ଜନ୍ମସ୍ଥାନ ଗଡ଼ରୋଡଙ୍ଗ ଠାରେ ସ୍ୱର୍ଗତ ମହାପାତ୍ରଙ୍କର ପ୍ରତିମୂର୍ତ୍ତିକୁ ଉନ୍ନୋଚନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱର୍ଗତ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଝିଅ ଉପାସନାଙ୍କ ସହିତ ଗ୍ରାମବାସୀ ଓ ବହୁ ବରିଷ୍ଠ ବିଜେପି ନେତା ଉପସ୍ଥିତ ଥିଲେ। ପରେ ବ୍ରହ୍ମଗିରି ବଜାରକୁ ଲାଗି ରହିଥିବା ରାଜେଶଖାନା ପଡିଆରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ବିଜେପିର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଓ ଉପ-ସଭାପତି ସମୀର ମହାନ୍ତି, ଜିଲ୍ଲା ସଭାପତି ପ୍ରଭଞ୍ଜନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର