ସମ୍ବଲପୁର:ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଆସନ୍ତା ରବିବାର ୭ ତାରିଖ ଦିନ ଚନ୍ଦ୍ର ଗ୍ରହଣକୁ ଦୃଷ୍ଟିରେ ରଖି ଦେବନୀତିରେ ପରିବର୍ତ୍ତନ କରାଯାଇଛି। ସକାଳର ମଙ୍ଗଳ ଆଳତି ଓ ଅନ୍ୟ ନୀତିକାନ୍ତି ପରେ ଦର୍ଶନ ଜାରି ରହିବ।
ପୂର୍ବାହ୍ନ ୧୧:୪୫ ସମୟରୁ ଦର୍ଶନ ବନ୍ଦ ରହିବ ଓ ୧୨ଟା ସମୟରେ ଅନ୍ନ ଭୋଗ ଲାଗିଲା ପରେ ଦର୍ଶନ ସୋମବାର ସକାଳ ୬ଟା ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ ସୂଚନା ପ୍ରଦାନ କରିଛନ୍ତି।
ସୋମବାର ୮ ତାରିଖ ଭୋର ୪:୩୦ରୁ ମନ୍ଦିର ଶୋଧନ ପରେ ଭୋର ୫ଟାରେ ମଙ୍ଗଳ ଆଳତି ଓ ନିତ୍ୟ ନୀତିକାନ୍ତି ପରେ ଦର୍ଶନ ଆରମ୍ଭ ହେବ ବୋଲି ସଭାପତି ପ୍ରକାଶ କରିଛନ୍ତି।
Sambalpur | maa samleswari temple
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/04/lunar-eclipse-changes-in-deity-worship-at-maa-samaleswari-temple-2025-09-04-12-17-54.jpg)