ଗୁରୁ ପୂର୍ଣ୍ଣିମାରେ ଚନ୍ଦ୍ର ଗ୍ରହଣ

ଭୁବନେଶ୍ବର: ଗୁରୁ ପୂର୍ଣ୍ଣିମା ଅବସରରେ ମଙ୍ଗଳବାର ମଧ୍ୟରାତ୍ର ୧ଟା ୩୧ରୁ ଭୋର ୪ଟା ୨୯ ପର୍ଯ୍ୟନ୍ତ ପ୍ରାୟ ୩ ଘଣ୍ଟା କାଳ ଚନ୍ଦ୍ର ଗ୍ରହଣ ଲାଗିଥିଲା। ରାତି ୩ଟାରେ ଚନ୍ଦ୍ର ସର୍ବାଧିକ ୬୫% ଆଚ୍ଛାଦିତ ହୋଇ ରହିଥିଲା। ଏହି ଚନ୍ଦ୍ରଗ୍ରହଣ ବିଶେଷ କରି ଭାରତ ସମେତ ୟୁରୋପ, ଏସିଆ, ଅଷ୍ଟ୍ରେଲିଆ, ଆଫ୍ରିକା ଓ ଦକ୍ଷିଣ ଆମେରିକା ଆଦି ମହାଦେଶ‌େର ଦୃଶ୍ୟମାନ ହୋଇଥିଲା। ମଧ୍ୟରାତ୍ର ୧୨ଟା ୧୩ ମିନିଟ୍‌ରୁ ଆଂଶିକ ଗ୍ରହଣ ଆରମ୍ଭ ହୋଇଥିଲା। ଏହି ସମୟରେ ଚନ୍ଦ୍ର ପୃଥିବୀର ଉପଛାୟାରେ ପ୍ରବେଶ କରିବା ପରେ ରାତ୍ରି ୧ଟା ୩୧ରୁ ଭୋର ୪ଟା ୨୯ ସମୟରେ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିବା ସମ୍ଭବ ହୋଇଥିଲା। ଚନ୍ଦ୍ରଗ୍ରହଣ ପାଇଁ ଆଜି ଅପରାହ୍‌ଣ ୪ଟା ୩୧ ମିନିଟ୍‌ରୁ ୧୭ ତାରିଖ ଭୋର୍‌ ସାଢ଼େ ୪ଟା ପର୍ଯ୍ୟନ୍ତ (୧୨ ଘଣ୍ଟା) ପାକ ନିଷେଧ ରହିଥିବାବେଳେ ଏହି ସମୟରେ ବିଭିନ୍ନ ମନ୍ଦିରରେ ଦେବନୀତି ମଧ୍ୟ ବନ୍ଦ ରହିଥିଲା।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.