ଭୁବନେଶ୍ୱର : ଭୁବନେଶ୍ୱର ଓ ସାକ୍ଷୀଗୋପାଳ ଷ୍ଟେସନ୍ରେ ବିଭିନ୍ନ ଯାତ୍ରୀସେବାର ଲୋକାର୍ପଣ ୩୦ ତାରିଖରେ ଅନୁଷ୍ଠିତ ହେବ। ଭୁବନେଶ୍ୱର ରେଳ ଷ୍ଟେସନର ଦ୍ୱିତୀୟ ପ୍ରବେଶ ପଥ, ସଂରକ୍ଷିତ ଓ ଅଣ ସଂରକ୍ଷିତ ଟିକେଟ ପଦ୍ଧତି ସହିତ ୬ ନମ୍ବର ପ୍ଲାଟଫର୍ମ ପାଖ ନୂତନ ଷ୍ଟେସନ କୋଠାକୁ ଉଦ୍ଘାଟନ କରିବେ କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳ ରାଷ୍ଟ୍ରମନ୍ତ୍ରୀ ରାଜନ ଗୋହାଇଁ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେବା ନିମନ୍ତେ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଏବଂ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସମ୍ମତି ପ୍ରଦାନ କରିଛନ୍ତି। ଅତିଥିମାନେ ଭୁବନେଶ୍ୱର ଷ୍ଟେସନଠାରୁ ଭିଡିଓ କନ୍ଫେରେସିଙ୍ଗ୍ ମାଧ୍ୟମରେ ସାକ୍ଷୀଗୋପାଳ ଷ୍ଟେସନର ବୁକିଂ କାର୍ଯ୍ୟାଳୟ ସହିତ ସଂରକ୍ଷିତ ଓ ଅଣସଂରକ୍ଷିତ ପଦ୍ଧତିର ମଧ୍ୟ ଉଦ୍ଘାଟନ କରିବେ। ଲୋକସଭା ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ବିଧାୟକ ବିଜୟ କୁମାର ମହାନ୍ତି, ପ୍ରିୟଦର୍ଶୀ ମିଶ୍ର ଭୁବନେଶ୍ୱର ଷ୍ଟେସନରେ ଆୟୋଜିତ ଉତ୍ସବରେ ଯୋଗ ଦେବାକୁ ଥିବାବେଳେ ସାକ୍ଷୀଗୋପାଳ ଷ୍ଟେସନରେ ଲୋକସଭା ସାଂସଦ ପିନାକୀ ମିଶ୍ର ଏବଂ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତାରାୟ ଉପସ୍ଥିତ ରହିବା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି।
ଭୁବନେଶ୍ୱର ଓ ସାକ୍ଷୀଗୋପାଳ ଷ୍ଟେସନରେ ବିଭିନ୍ନ ଯାତ୍ରୀସେବାର ଲୋକାର୍ପଣ ୩୦ରେ
/sambad/media/post_attachments/wp-content/uploads/2017/12/silsakhigopal1399102.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)