ଫିଟୁଛି ଲୁଥେରାନ୍‌ ଶିଶୁ ଯତ୍ନ କେନ୍ଦ୍ର ଗୁମର, ପୀଡ଼ିତାଙ୍କ ଆଉ ଦୁଇ ପିଲା ଏବେ କେଉଁଠି?

କେନ୍ଦ୍ରାପଡ଼ା : ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍‌ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ହୋଇଥିବା ଯୌନ କେଳେଙ୍କାରୀକୁ ନେଇ ଅନୁସ˚ଧାନ ଯେତିକି ଆଗଉଛି, ସେତିକି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି। ସମିତିର ସଭାନେତ୍ରୀଙ୍କ ଭାଇଙ୍କ ଦ୍ବାରା ଦୁଷ୍କର୍ମର ଶିକାର ହେବା ପରେ ଜଣେ ମହିଳା କର୍ମଚାରୀ ଶିଶୁ ପୁତ୍ର ଜନ୍ମ ଦେଇଥିବା ନେଇ ସ˚ପାଦିକା ସା˚ଘାତିକ ଅଭିଯୋଗ ଆଣି ଏତଲା ଦେବା ପରେ ଗୋଟିଏପଟେ ଏହାର ତଦନ୍ତ ଚାଲିଥିବା ବେଳେ ଅନ୍ୟପଟେ ସ˚ପୃକ୍ତ ପୀଡ଼ିତାଙ୍କ ବିଷୟରେ ଚକିତ କଲା ଭଳି ତଥ୍ୟ ବିଶ୍ବସ୍ତ ସୂତ୍ରରୁ ହସ୍ତଗତ ହୋଇଛି। ପୀଡ଼ିତା ଗୋଟିଏ ନୁହେଁ; ତିନି ତିନିଟି ପିଲା ସମିତିର ଅନ୍ତେବାସୀଠୁ କର୍ମଚାରୀ ହେବା ଭିତରେ ଜନ୍ମ ଦେଇଥିବା କୁହାଯାଉଛି। ୨୦୨୦, ଏପ୍ରିଲ୍‌ରେ ଜନ୍ମ ଦେଇଥିବା ତୃତୀୟ ସନ୍ତାନ ଏବେ ଯଦିଓ ପୀଡ଼ିତାଙ୍କ ପାଖେ ଅଛି, କିନ୍ତୁ ଏହା ପୂର୍ବରୁ ତାଙ୍କ ଗର୍ଭରୁ ଜାତ ହୋଇଥିବା ଆଉ ଦୁଇଟି ପିଲା ଏବେ କେଉଁଠି? ସମିତି କାର୍ଯ୍ୟାଳୟରେ ଅଛନ୍ତି ନା ବିକ୍ରି କରି ଦିଆଯାଇଛି? ଶିଶୁ ଯତ୍ନ କେନ୍ଦ୍ରରୁ ତାଙ୍କ ଛୁଆକୁ ବିକ୍ରି କରାଯାଇଥିବା ନେଇ ତିଖିରୀ ଅ˚ଚଳର ଜଣେ ଦଳିତ ନାବାଳିକା ମା ଅଭିଯୋଗ ଆଣିବା ପରେ ପୀଡ଼ିତାଙ୍କ ଦୁଇ ପିଲାଙ୍କ କ୍ଷେତ୍ରରେ ଯେ ତାହା ହେଇନଥିବ, ଏ ଆଶଙ୍କାକୁ ଏଡ଼ାଇ ଦେଇ ହେଉନାହିଁ।

‘ସମ୍ବାଦ’ ଅନୁସ˚ଧାନରୁ ଜଣାପଡ଼ିଛି, ପୀଡ଼ିତାଙ୍କ ଘର ଜଗତସି˚ହପୁର ଜିଲ୍ଲା କୁଜଙ୍ଗ ବ୍ଲକ୍‌ ଅ˚ଚଳରେ। ସେ ଜଣେ ମାନସିକ ରୋଗୀ। ଏକ ହତ୍ୟା ମାମଲାରେ ତାଙ୍କ ସ୍ବାମୀ ଜେଲ୍‌ ଯିବା ପରେ ପୀଡ଼ିତା ୨୦୧୪, ଅଗଷ୍ଟରେ ଲୁଥେରାନ୍‌ ସ୍ବଧାର କେନ୍ଦ୍ରରେ ଅନ୍ତେବାସୀ ହିସାବରେ ଆସି ରହିଥିଲେ। ଏହାପରଠୁ ତାଙ୍କର ସ୍ବାମୀଙ୍କ ସହିତ କୌଣସି ସ˚ପର୍କ ନାହିଁ କି ସେ କେବେ ଘରକୁ ଯାଇ ନ ଥିବା କୁହାଯାଉଛି। କିନ୍ତୁ ଯେବେ ସେ ସ୍ବଧାର ଗୃହକୁ ଆସିଥିଲେ, ସେତେବେଳେ ପାଞ୍ଚ ମାସର ଗର୍ଭବତୀ ଥିଲେ।

ସମ୍ବନ୍ଧିତ ଖବର