କେନ୍ଦ୍ରାପଡ଼ା : ମହାକାଳପଡ଼ା ପାଟଳିପଙ୍କସ୍ଥିତ ଲୁଥେରାନ୍ ମହିଳା ସମିତି ଶିଶୁ ଯତ୍ନ କେନ୍ଦ୍ରରେ ଦୁଷ୍କର୍ମର ଶିକାର ହୋଇ ଜଣେ ଦିବ୍ୟାଙ୍ଗ ମହିଳା କର୍ମଚାରୀ ଶିଶୁପୁତ୍ର ଜନ୍ମ ଦେବା ମାମଲା ନୂଆ ମୋଡ଼ ନେଇଛି। କେବଳ ଦୁଷ୍କର୍ମ ନୁହେଁ, ପୀଡ଼ିତା ମହିଳାଙ୍କ ଦୁଇ ସନ୍ତାନକୁ ବି ବିକ୍ରି କରି ଦିଆଯାଇଛି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ଦୁଷ୍କର୍ମ ପୀଡ଼ିତାଙ୍କ ଭାଇ। ଏସ୍ପିଙ୍କୁ ଅଭିଯୋଗ ପରେ ମାର୍ଶାଘାଇ ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ଅଭିଯୋଗକାରୀଙ୍କ ବୟାନ ରେକର୍ଡ କରିବା ସହ ଲୁଥେରାନ୍ କାର୍ଯ୍ୟାଳୟରେ ତଦନ୍ତ କରିଛି।
ଜଗତ୍ସି˚ହପୁର କୁଜଙ୍ଗ ବ୍ଳକ୍ ଅ˚ଚଳର ଏହି ପୀଡ଼ିତାଙ୍କ ଭାଇ ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ଭଉଣୀ ହେଉଛନ୍ତି ୬୦ ପ୍ରତିଶତ ମାନସିକ ଅନଗ୍ରସର ମହିଳା। ଏକ ହତ୍ୟା ମାମଲାରେ ଭିଣୋଇ ଜେଲ୍ ଯିବା ପରେ ୨୦୧୪ରେ ଭଉଣୀକୁ ଲୁଥେରାନ୍ ସ୍ବଧାର ଗୃହରେ ରହିବା ପାଇଁ ଛାଡ଼ି ଦେଇଥିଲେ। ଯେତେବେଳେ ସେ ଆସିିଥିଲେ, ଗର୍ଭବତୀ ଥିଲେ। ସେହିବର୍ଷ ଡିସେମ୍ବରରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଖବର ପାଇବା ପରେ ସେ ଭଉଣୀ ଓ ଭଣଜାକୁ ଦେଖିବା ପାଇଁ ଆସିଥିଲେ। କିନ୍ତୁ ପିଲା ଏହି ଅନାଥ ଆଶ୍ରମରେ ରହିବ ବୋଲି କର୍ତୃପକ୍ଷ କହିବା ପରେ ସେମାନେ ଫେରି ଯାଇଥିଲେ। ଏହାପରେ ଦୁଇ ତିନି ଥର ଦେଖା କରିବାକୁ ଆସିଥିଲେ ବି କର୍ତୃପକ୍ଷ ନିୟମର ଦ୍ବାହି ଦେଇ କେବେ ସେମାନଙ୍କୁ ଭିତରକୁ ଛାଡ଼ି ନଥିଲେ। ଗେଟ୍ ବାହାରେ ଭଉଣୀକୁ ଦେଖା କରାଇ ଫେରାଇ ଦେଇଥିଲେ। ପରବର୍ତୀ ସମୟରେ ଭଉଣୀର ଗର୍ଭରୁ ୨୦୧୬, ଏପ୍ରିଲ୍ ଏବ˚ ୨୦୨୦, ଏପ୍ରିଲ୍ରେ ଆଉ ଦୁଇଟି ପୁଅ କଟକ ବଡ଼ ମେଡିକାଲ୍ ଓ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜନ୍ମ ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ। ତୃତୀୟ ପିଲା ଭଉଣୀ ପାଖରେ ଥିବାବେଳେ ପୂର୍ବ ଦୁଇଟି ସନ୍ତାନ କେଉଁଠି, ସେ ସ˚ପର୍କରେ ସେମାନଙ୍କୁ କେହି ଜଣାଉନାହାନ୍ତି। ସମିତି କର୍ତୃପକ୍ଷ ଦୁଇ ଶିଶୁଙ୍କୁ ବିକି ଦେଇଥିବା ଶୁଣିବାକୁ ପାଉଥିବାରୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପୀଡ଼ିତାଙ୍କ ଭାଇ ଏସ୍ପିଙ୍କ ନିକଟରେ ଦାବି କରିଛନ୍ତି।
ଆଜି ଭଉଣୀକୁ ଦୁଷ୍କର୍ମ ଏବ˚ ଶିଶୁ ବିକ୍ରି ନେଇ ପୀଡ଼ିତାଙ୍କ ଭାଇଙ୍କ ଅଭିଯୋଗ ଆଧାରରେ ଦଫା ୩୭୬, ୩୭୦, ୪୦୬, ୪୦୩, ୩୪(ଆଇପିସି)ରେ ଆଉ ଏକ ମାମଲା( ନଂ. ୧୮୭/୨୧) ଲୁଥେରାନ୍ କର୍ତୃପକ୍ଷଙ୍କ ସମସ୍ୟା ବଢ଼ାଇ ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/Lutheran-Child-Care-Center-1.jpg)