ନବରଙ୍ଗପୁର: ସୋମବାର ଠାରୁ ନବରଙ୍ଗପୁର ଅଧିଷ୍ଠାତ୍ରୀ ଦେବୀ ମା’ ଭଣ୍ଡାର ଘରଣୀଙ୍କ ଶାରଦୀୟ ନବଦିନାତ୍ମକ ଦଶହରା ମହାପର୍ବ ଆରମ୍ଭ ହୋଇଛି । ଚଳିତ ବର୍ଷ ମା’ଙ୍କ ପୀଠରେ ରାଜ ପୁରୋହିତ ନରସିଂହ ନାଥ ତ୍ରିପାଠୀଙ୍କ ତତ୍ତ୍ଵ।ବଧାନରେ ମନ୍ଦିର ସେବାୟତ ରାଜୀବ ଲୋଚନ ପୂଜାରୀ, ମୃତ୍ୟୁଞ୍ଜୟ ରଥ , ପ୍ରସନ୍ନ ରଥ , ବାବୁନା ପୂଜାରୀ , ପୂଜକ ପଙ୍କଜ ଏବଂ ମନୋଜଙ୍କ ସହ ୧୫ ଜଣ ପୂଜକ ମା’ଙ୍କ ସେବାରେ ନିୟୋଜିତ ଅଛନ୍ତି ।
ପ୍ରଥମ ଦିନ ବିଶ୍ଵ ଶାନ୍ତି ପାଇଁ ନବରଙ୍ଗପୁର ରାଜ ପରିବାରର ଅସିତ ଦେଓ ବିଜ ଧ୍ଵଜା ସ୍ଥାପନ କରିଥିଲେ । ସୋମବାର ମଧ୍ୟାହ୍ନ ୧୨ଟା ବେଳେ ମା’ଙ୍କ ପ୍ରତୀକ ପାଟ୍ଟ ଖଣ୍ଡାକୁ ପାରମ୍ପରିକ ରୀତିନୀତିରେ ବିରାଟ ପଟୁଆରରେ ପ୍ରତାପ ସାଗରକୁ ନିଆଯାଇଥିଲା। ସେଠାରେ ମହାସ୍ନାନ କରାଯାଇ ସହର ପରିକ୍ରମା କରି ପୂଣି ମନ୍ଦିରକୁ ଅଣାଯାଇଥିଲା। କେଉଟ ସାହି ଓ ସୌରା ସାହିର ଆଖଡ଼ା ସହିତ ରାଇଘର ବ୍ଲକର ଲୋକ ନୃତ୍ୟ ଏଥିରେ ସାମିଲ ହୋଇଥିଲା। ଘଣ୍ଟଘଣ୍ଟାରେ ଓ ଆତସବାଜୀରେ ପ୍ରକମ୍ପିତ ହେଇଥିଲା ସହର ।
ସାଢ଼େ ଗୋଟାଏରେ ମହାଧ୍ୱଜା ସ୍ଥାପନ ହୋଇଥିଲା। ଅପରାହ୍ନ ୩ ଟାରେ ମହାଦୀପ ସ୍ଥାପନ ଏବଂ ଅପରାହ୍ନ ୩:୩୦ ମିନିଟରେ ଘଟ ସ୍ଥାପନ କରାଯାଇଥିଲା । ୨୮ତାରିଖ ସପ୍ତମୀରେ ସନ୍ଧ୍ୟା ୭:୩୦ଘଣ୍ଟ ସମୟରେ ଅପରାଜିତା ପୂଜା ଏବଂ ରାତ୍ର ୯:୩୦ଘଣ୍ଟ ସମୟରେ ମହାସ୍ନାନ , ୨୯ତାରିଖରେ ମହାଷ୍ଟମୀ , ୩୦ତାରିଖରେ ମହାନବମୀରେ ସନ୍ଧ୍ୟା ୬:୩୦ ମଧ୍ୟରେ ସନ୍ଧି ପୂଜା ଓ କୁମାରୀ ପୂଜା ଏବଂ ୧ ଅକ୍ଟୋବର ବୁଧବାର ଦିନ ବିଶ୍ରାମ ଏବଂ ୨ ଅକ୍ଟୋବର ଗୁରୁବାର ଦିନ ମଧ୍ୟାହ୍ନ ସାଢ଼େ ଗୋଟଏ ବେଳେ ମା’ଙ୍କ ନବରାତ୍ର ପୂଜାର ପୂର୍ଣ୍ଣାହୁତି ସରିବ। ସନ୍ଧ୍ୟା ସାଢ଼େ ୫ଟାରେ ମା’ଙ୍କ ବିଜୟା ଦଶମୀ ନୀତି ସମ୍ପନ୍ନ ହେବା ପରେ ମା’ ବିରାଟ ଶୋଭାଯାତ୍ରାରେ ବାହାରିବେ । ଦଶହରା ପଦାରେ ଲାଖବିନ୍ଧା ନୀତି ଅନୁଷ୍ଠିତ ହେବ।
ଚଳିତ ବର୍ଷ ୨୭ ବର୍ଷ ପୂର୍ତ୍ତି ଅବସରରେ ମନ୍ଦିର ସମ୍ମୁଖରେ ସପ୍ତମୀ ଠାରୁ ନବମୀ ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ। ମନ୍ଦିର ପରିଚାଳନା କମିଟି ସଭାପତି ଟୁଲୁ ଷଡ଼ଙ୍ଗୀ , ଉମା ଶଙ୍କର ତ୍ରିପାଠୀ , ନବରଙ୍ଗପୁର ଦେବୋତ୍ତର ପରିଚାଳନା କମିଟି ସଭାପତି ଝଡେଶ୍ୱର୍ ଖାଡଙ୍ଗା , ଟି ଶ୍ରୀପତି , ପରେଶ୍ ମିଶ୍ର , ଅମିତାଭ ତ୍ରିପାଠୀ, ପ୍ରଦୀପ କୁମାର ମିଶ୍ର ,ମଧୁ ତ୍ରିପାଠୀ , ତାପସ (ପିଣ୍ଟୁ) ତ୍ରିପାଠୀ, ଅମୂଲ୍ୟ ପାତ୍ର ,ନିଶାନ୍ତ କୁମାର ସାମନ୍ତରାୟ , କାଳୀ ପଟ୍ଟନାୟକ , ଗୌରୀ ଶଙ୍କର ପଟ୍ଟନାୟକ , କୁନା ପାତ୍ର , ଭୀମ ହରିଜନ, ବାଲାଜୀ ବେହେରା , ଉତ୍ତମ ତ୍ରିପାଠୀ , ବୁଡୁ ମହାପାତ୍ର , ଚନ୍ଦନ ପାତ୍ର , ବରୁ ପାତ୍ର , ପିଙ୍କୁ ଗନ୍ତାୟତ , ଦିଲୁ ପଣ୍ଡା ,ନୁନୁ ଦାସ , ଲୁନା ପୂଜାରୀ , ମଧୁ ତ୍ରିପାଠୀ, ରାମ ଶଙ୍କର ମହାପାତ୍ର , ରୀଙ୍କୁ , ସୁମିତ ପାଳ , ଭିକ୍କି ସ୍ୱାର, ଭିକି ଦାସ , ନୀଳ ନାୟକ ପ୍ରମୁଖ ମା’ଙ୍କ ପୂଜାରେ ସହଯୋଗ କରିଥିଲେ। ଏଥିରେ ପୌରଅଧ୍ୟକ୍ଷ କୁନୁ ନାୟକ ଯୋଗ ଦେଇଥିଲେ।
ସୁରେଶ ନାଇଡୁ