ବ୍ରହ୍ମପୁର: ଆଜି ମା’ ବୁଢ଼ୀ ଠାକୁରାଣୀଙ୍କ ବାପଘରକୁ ଆଗମନ। ପ୍ରତି ଦୁଇ ବର୍ଷରେ ମା’ଙ୍କ ଆଗମନକୁ ସମସ୍ତଙ୍କ ପ୍ରତୀକ୍ଷା ଥାଏ। ମା’ଙ୍କ ଯାତ୍ରା ପାଇଁ ଯାତ୍ରା ପରିଚାଳକ ତଥା ମା’ ଠାକୁରାଣୀଙ୍କ ବାପଘରୁ ବିଧିବଦ୍ଧ ଭରାବ ନିମନ୍ତ୍ରଣ କରାଯାଇଛି। ମା’ଙ୍କୁ ଆବାହନ କରିବା ପାଇଁ ଫୁଲ ଚାଙ୍ଗୁଡ଼ି ପୂଜା ଶେଷ ହୋଇ ବାପଘରକୁ ଆଗମନ ସହ ବ୍ରହ୍ମପୁରର ପ୍ରସିଦ୍ଧ ଦ୍ବିବାର୍ଷିକ ଠାକୁରାଣୀ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ବିଳମ୍ବିତ ରାତିରେ ମା’ଙ୍କୁ ଦେଶୀବେହେରାଙ୍କ ପରିବାର ପକ୍ଷରୁ ବାଜାବାଜଣା ସହ ବିରାଟ ଶୋଭାଯାତ୍ରାରେ ଠାକୁରାଣୀ ମନ୍ଦିରକୁ ଯାଇ ମା’ଙ୍କୁ ଆବାହନ କରାଯାଇଛି।
ଆଜି ମଧୢାହ୍ନ ସାଢେ଼ ୧୧ଟାରେ ଯାତ୍ରା ପରିଚାଳକ ପାତାଲା ଦୁର୍ଗାପ୍ରସାଦ ଦେଶୀବେହେରା ଓ ତାଙ୍କ ଧର୍ମପତ୍ନୀ ପି. ଦେବକୀ ନିଜ ବାସଭବନରୁ ଠାକୁରାଣୀ ମନ୍ଦିରକୁ ଯାଇ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ସହିତ ଝିଅ (ଠାକୁରାଣୀ ମା’)ଙ୍କୁ ନେବା ପାଇଁ ଅନୁମତି ଭିକ୍ଷା କରିଥିଲେ। ଠାକୁରାଣୀଙ୍କ ଶାଶୁଘର( ମା’ଙ୍କ ନିଜସ୍ବ ମନ୍ଦିର) ପକ୍ଷରୁ ଅନୁମତି ମିଳିବା ପରେ ସେଠାରୁ ଦେଶୀବେହେରାଙ୍କ ସହ ଆସିଥିବା ପଟୁଆର ସବ୍ରେଜିଷ୍ଟ୍ରର କାର୍ଯ୍ୟାଳୟ ସ୍ଥିତ କାଳୀ ମନ୍ଦିର ତଥା ବୁଢ଼ୀ ଠାକୁରାଣୀଙ୍କ ବୋହୂ(ସାନଠାକୁରାଣୀ)ଙ୍କ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ମା’ଙ୍କୁ ଆମନ୍ତ୍ରଣ କରିଥିଲେ। ସ˚ଧୢାରେ ଦେଶୀବେହେରାଙ୍କ ବାସଗୃହରେ ଥିବା ମା’ଙ୍କ ଆସ୍ଥାନ ନିକଟରେ ଫୁଲସୁନ୍ଦରୀ ସାହି ସ୍ଥିତ ସିଏଚ୍. ତ୍ରିନାଥଙ୍କ ଘରୁ ବାଉଁଶ ପାତିରେ ନିର୍ମିତ ଚାଙ୍ଗୁଡ଼ିକୁ ଅଣାଯାଇ ବିଭିନ୍ନ ରଙ୍ଗରେ ସଜ୍ଜିତ କରାଯାଇଛି। ଷଣ୍ଢମହାନ୍ତି ସାହିର କାଶୀନାଥ ରାଉଳଙ୍କ ଘରୁ ଆସିଥିବା ଇଟମଳା ଫୁଲମାଳକୁ ସେଥିରେ ରଖାଯାଇଛି। ସ˚କଳ୍ପ କାର୍ଯ୍ୟକୁ ପିତ୍ତଳର ଟୁନା ପାତ୍ର ଓ ଆମ୍ବପୁଆସ୍ଥିତ ଯୋଗୀ ପାତ୍ର ତୁଲାଇଛନ୍ତି।
ସାଧାରଣତଃ ଘରକୁ ଝିଅ ଆସିଲେ ବାପଘର ପକ୍ଷରୁ ଯେଭଳି କୌଣସି ଅମଙ୍ଗଳ ନହୁଏ, ସେଥିପାଇଁ ସ˚ଧୢା ୭ଟାରେ ମା’ଙ୍କ ଅସ୍ଥାୟୀ ମଣ୍ତପର ଚାରିଦିଗକୁ ବନ୍ଧନ କରାଯାଇ ପୂଜା କରାଯାଇଛି। ଦିନତମାମ ଯାତ୍ରା ମୁଖ୍ୟ ତଥା ଦେଶୀବେହେରାଙ୍କ ପରିବାରର ସମସ୍ତ ସଦସ୍ୟ ଉପବାସ ରହିଥିଲେ। ମଧୢରାତି ସାଢ଼େ ୧୧ଟାରୁ ସାଢ଼େ ୧୨ଟା ମଧୢରେ ଦେଶୀବେହେରାଙ୍କ ଘରୁ ଶୋଭାଯାତ୍ରା ବାହାରି ମା’ଙ୍କ ନିଜସ୍ବ ମନ୍ଦିରରେ ପହଁଚିବ। ବିଳମ୍ବିତ ରାତି ୧ଟାରୁ ୨ଟା ଯାଏଁ ପୂଜାର୍ଚ୍ଚନା କରାଯିବା ପରେ ରାତି ୨ଟା୧୦ରୁ ଭୋର ୫ଟା୨୫ ଭିତରେ ମା’ଙ୍କ ଅସ୍ଥାୟୀ ମନ୍ଦିରରେ ପ୍ରବେଶ କରିବା ନେଇ ପୂର୍ବରୁ ସିନ୍ଧାନ୍ତୀ ଅମୃତବେଳା ଦେଇଥିବା ଜଣାପଡିଛି। ମା’ଙ୍କ ନିଜସ୍ବ ମନ୍ଦିର ଠାରେ ସେବକମାନଙ୍କ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି।
ଆଜି ଦିନ ତମାମ ମା’ଙ୍କ ରୀତିନୀତି ଅନୁଯାୟୀ ପୂଜାପାଠ କରାଯାଇଥିବା ବେଳେ ସ˚ଧୢାରେ ବାଳଭୋଗ, ସ˚ଧୢା ଆଳତି ପରେ ଆରମ୍ଭ ହୋଇଥାଏ ଚର୍ତୁଦୁଗ ବନ୍ଧନ ପୂଜା ଓ ଦଶ ଦିଗପାଳ ପୂଜା। ମା’ଙ୍କ ଅନ୍ନଭୋଗ କରାଯାଇ କିଛି ସମୟ ବିଶ୍ରାମ ପରେ ପୁଣି କିଛି ଭୋଗ ଅର୍ପଣ କରାଯାଇ ଆରମ୍ଭ କରାଯାଇଥାଏ ବେଶପଟୁଆର। ରାତି ସାଢେ଼ ୯ଟାରେ ମା’ଙ୍କ ମହାଦୀପ ବେଢ଼ା ପରିକ୍ରମା ପରେ ନୂତନ ଧ୍ବଜା ବନ୍ଧନ କରାଯାଏ। ଏହାପରେ ମହାଆଳତି ଓ ପଣାଭୋଗ ପରେ ବାପଘରକୁ ଯାତ୍ରା ପାଇଁ ପ୍ରସ୍ତୁତି ହୋଇଥାଏ। ଆଜି ମା’ଙ୍କୁ ଆବାହନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର ମାଜିଷ୍ଟ୍ରେଟ ଭାବେ ଦାୟିତ୍ବ ତୁଲାଇଥିଲେ। ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ.ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଟାଉନ୍ ଏସଡିପିଓ ରାଜୀବ ଲୋଚନ ପଣ୍ତାଙ୍କ ସମେତ ଜଣ ଅତିରିକ୍ତ ଏସ୍ପି, ୬ଜଣ ଡିଏସ୍ପି, ୧୨ଜଣ ଇନିସପେକ୍ଟରଙ୍କ ସମେତ ୩୦ଜଣ ଅଧିକାରୀ ଓ ୩ଶହ ପୁଲିସ ଓ ଗୃହରକ୍ଷୀ ସୁରକ୍ଷା ପାଇଁ ମୁତୟନ କରାଯାଇଥିବା ଜଣାପଡିଛି।। ମା’ଙ୍କ ଆଗମନ ପାଇଁ ଯାତ୍ରାଞ୍ଚଳ ସଜ୍ଜିତ ହୋଇଥିବା ବେଳେ ଅସ୍ଥାୟୀ ମଣ୍ଡପ ନିକଟରେ ଝୋଟି, କୁମ୍ଭକଳସ ସମେତ ରଂଗବେରଂଗ ପୁଷ୍ପରେ ସଜ୍ଜିତ କରାଯାଇଛି। ସମସ୍ତଙ୍କ ମନରେ ସେଇ ଉତ୍ସାହ, କେତେବେଳେ ମା’ଙ୍କ ମସ୍ତକରୁ ଆଜ୍ଞାମାଳ ଖସିବ।