ଆଜିଠାରୁ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ

ଯାଜପୁରସଦର: ମା’ ବିରଜାଙ୍କ ଦୁର୍ଗୋତ୍ସବ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଆସନ୍ତାକାଲି ସୁନିଆ ଅବସରରେ ମା’ଙ୍କର ବନଯାଗ ଯାତ୍ରା ହେବ। ଆସନ୍ତା ୧୭ ତାରିଖ ମୂଳାଷ୍ଟମୀରେ ମା’ ବିରଜାଙ୍କ ଷୋଡ଼ଶ ଦିବସୀୟ ପୂଜାରମ୍ଭ ହେବ। ସେପ୍ଟେମ୍ବର ୧୮ରୁ ୨୪  ସିଂହାସନେ ଓ ଯଜ୍ଞମଣ୍ଡପେ ଦିବାରାତ୍ର ଷୋଡ଼ଶୋପଚାର ପୂଜା, ସେପ୍ଟେମ୍ବର ୨୫ ମହାଳୟା ଅମାବାସ୍ୟା ଅବସରରେ ନାଭିଗୟାରେ ପିଣ୍ଡଦାନ ସହ ବିରଜାଙ୍କ ସିଂହଧ୍ବଜ ରଥାଧିବାସ ରହିଛି। ୨୬ରେ ମା’ଙ୍କର ରଥ ପ୍ରତିଷ୍ଠା କାର୍ଯ୍ୟକ୍ରମ ରହିଥିବା ବେଳେ ସେପ୍ଟେମ୍ବର ୨୭ ଓ ୨୮ ନିତ୍ୟପୂଜା ଏବଂ ରଥଟଣା। ୨୯ ତାରିଖରେ ମା’ଙ୍କର ପଞ୍ଚମୀକଳ୍ପ, ଯଜ୍ଞାରମ୍ଭ, ଅକ୍ଟୋବର ୨ ତାରିଖରେ ବିରଜାଙ୍କର ମହାଷ୍ଟମୀ, ୩ ତାରିଖରେ ମହାନବମୀ ସହ ଲାଖବିନ୍ଧା ଯାତ୍ରା, ୪ ତାରିଖରେ ମାଙ୍କର ଦଶହରା ପର୍ବ ଓ ୯ ତାରିଖରେ କୁମାରୋତ୍ସବ ସହ ଅକ୍ଷକ୍ରୀଡ଼ା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର