ମା’ଙ୍କୁ ମେଲାଣି ଆଜି

ବ୍ରହ୍ମପୁର : ବ୍ରହ୍ମପୁରର ଆରାଧ୍ୟାଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଆସନ୍ତା କାଲି ଉଦଯାପିତ ହେବ। ବିଳମ୍ବିତ ରାତିରେ ମା’ ବାପଘରୁ ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ମା’ ଅସ୍ଥାୟୀ ମଣ୍ତପରେ ବିରାଜମାନ ହୋଇ ଘଟ ପରିକ୍ରମା ଦିନ ଠାରୁ ପ୍ରତ୍ୟାବର୍ତ୍ତନ ପର୍ଯ୍ୟନ୍ତ ଦୈନିକ ରାଜବାଟୀକୁ ଯାଇ ମହୁରୀ ରାଜାଙ୍କ ଘରେ ଭୋଗ ପାଇ ସାହି ପରିକ୍ରମା କରିବାର ବିଧି ରହିଛି। କିନ୍ତୁ ଚଳିତ ଯାତ୍ରାରେ ଗତକାଲି ଠାରୁ ମା’ଙ୍କ ଘଟ ରାଜବାଟୀ ଯିବା ବନ୍ଦ ହୋଇଥିବା ଯୋଗୁଁ ରାଜା ମା’ଙ୍କ ସେବାରୁ ବ˚ଚିତ ହୋଇଛନ୍ତି। ଶହଶହ ବର୍ଷର ପରଂପରାକୁ ଦେଶୀବେହେରା ପକ୍ଷରୁ ଭଙ୍ଗ କରାଯାଇଥିବା ନେଇ ମହୁରୀ ରାଜାଙ୍କ ସମେତ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ଏ ସ˚ପର୍କରେ ଦେଶୀବେହେରା ଦୁର୍ଗାପ୍ରସାଦ କହିଛନ୍ତି ପୂର୍ବରୁ ମଧୢ ଏଭଳି ହୋଇଥିବା ବେଳେ ମାତ୍ରାଧିକ ଭିଡ଼ ଯୋଗୁଁ ରାଜବାଟୀକୁ ଘଟ ପରିକ୍ରମା କରିବା ସମ୍ଭବ ହେଉନାହିଁ। ତେଣୁ ମା’ଙ୍କୁ ରାଜବାଟୀ ନନେଇ ଧର୍ମଝଣ୍ଡା ନିକଟରୁ ପ୍ରତ୍ୟାବର୍ତ୍ତନ କରାଯାଉଛି। ଆସନ୍ତା କାଲି ପ୍ରସିଦ୍ଧ ଠାକୁରାଣୀ ଯାତ୍ରାର ଅନ୍ତିମ ଦିବସ। ଯାତ୍ରାର ଅନ୍ତିମ ବେଶ ଭାବେ ଆଜି ବିଜିପୁରର ବୌଦ୍ଧବେଶ ଦେଖିବାକୁ ମିଳିଥିଲା। ବୁଦ୍ଧ˚ ଶରଣ˚ ଗଚ୍ଛାମି କହି ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରଦାନ କରି ଏହି ମାନସିକଧାରୀ ସହର ପରିକ୍ରମା କରି ଅସ୍ଥାୟୀ ମନ୍ଦିରରେ ମା’ଙ୍କୁ ଦର୍ଶନ କରି ମନୋସ୍କାମନା ପୂରଣ କରିଥିଲେ।

ସମ୍ବନ୍ଧିତ ଖବର