ଧରାପୃଷ୍ଠରୁ ବାହୁଡ଼ିଲେ ମା’: ଭଲ ବେପାର କଲେ ଉଠାବେପାରୀ, ପୁଣି ଆରବର୍ଷକୁ ଅପେକ୍ଷା

କଟକ: ଆଜି ମର୍ତ୍ତ୍ୟରୁ ବାହୁଡିଲେ ଜଗତଜନନୀ ମା ଦୁର୍ଗା । ଅଷ୍ଟମୀଠାରୁ ଠାରୁ ଆଜି ପର୍ଯ୍ୟନ୍ତ ଲାଇଟ ତୋରଣରେ ଝଲସି ଉଠୁଥିଲା ଐତିହାସିକ ସହର କଟକ। ଆଜି ଠୁ ସହର ପୁରା ଖାଁ ଖାଁ ଲାଗିବ। ଏହିଦିନରେ ସମସ୍ତେ ମର୍ମାହତ ଥିଲାବେଳେ ଚାତକ ପରି ଚାହିଁ ରାହିଥିଏ ଉଠା ବେପାରୀ । କାରଣ ମା’ଙ୍କ ଶେଷ ଦର୍ଶନ କରିବା ପାଇଁ ପୁରୀଘାଟ ଥାନା ନିକତସ୍ଥ ଦେବୀଗଡା ଠାରେ ରୁଣ୍ଡ ହୋଇଥିନ୍ତି ହଜାର ହଜାର ଭକ୍ତ । ଏହି ସମୟରେ ଉଠାବେପାରୀଙ୍କ ସ୍ୱର୍ଗସୁଖ । କାରଣ ଏହି ହେଉଛି ଗୋଟିଏ ଦିନ, ଯେଉଁ ଦିନରେ ଉଠା ଜିନିଷ ବିକି ଅନେକ ଲାଭ କରିଥାନ୍ତି ଉଠା ବେପାରୀ। ମା’ ଆସିଲେ ଆସନ୍ତି ଏହି ଉଠାବେପାରୀ । ଅଷ୍ଟମୀ ଠାରୁ ପଡିଥାଏ ବେପାର ଷ୍ଟଲ । ପ୍ରତେକ ଘରକରଣା ଜିନିଷ ରଖି ଦେବୀଗଡା ନିକଟରେ ରଖି ଆଜିର ଦିନକୁ ଚାହିଁ ରହିଥାନ୍ତି ବେପାରୀ ।

ସବୁଦିନ ଅପେକ୍ଷା ମା’ଙ୍କ ବିସର୍ଜନ ଦିନ ବେପାରୀମାନଙ୍କ ହୋଇଥାଏ ଅନେକ ଲାଭ । ରାଜ୍ୟର କୋଣଅନୁକୋଣରୁ ଭକ୍ତମାନେ ଆସି ଏହି ସ୍ଥାନରେ ରହି ମା’ଙ୍କ ବିସର୍ଜନ ଦେଖିବା ସହ ଘର କରଣା ଜିନିଷପତ୍ର ମଧ୍ୟ କିଣିଥାନ୍ତି । ଛୁଞ୍ଚି ଠାରୁ ଆରମ୍ଭ କରି ଶାବଳ ପର୍ଯ୍ୟନ୍ତ ଏଠାରେ ସବୁ ଉପଲବ୍ଧ ରହିଥାଏ । ଅନ୍ୟପଟେ ଏହି ଉଠା ବଜାରର ବେଶ ମଜାନେଇଥାନ୍ତି ଭକ୍ତ। ମା’ଙ୍କୁ ବିଦାୟ ଦେବାସହ ନିଜର ଆବଶ୍ୟକତା ଜିନିଷପତ୍ର ମଧ୍ୟ କିଣିଥାନ୍ତି। ଘରକରଣା ଜିନିଷ ଠାରୁ ଆରମ୍ଭ କରି ବାହ୍ୟ ବ୍ୟବହାର ଉପଯୋଗୀ ବସ୍ତୁ ମଧ୍ୟ ଏଠାରେ ବିକ୍ରି ହୋଇଥାଏ , ଯାହାକୁ ମନ ଖୁସିରେ କିଣିଥାନ୍ତି ଲୋକେ। ତେବେ କହିବାକୁ ଗଲେ ମା’ ଆସିଲେ ଏମାନେ ଆସନ୍ତି ଓ ମା ଗଲାପରେ ମଧ୍ୟ ଏହି ବେପାରୀମାନେ ତାଙ୍କ ଷ୍ଟଲ ଭାଙ୍ଗି ନିଜ ଘରକୁ ଯାଇଥାନ୍ତି। ଯେତିକି ବ୍ୟବସାୟ ହୁଏ ଦଶହରା ଖର୍ଚ୍ଚ ଉଠିଯାଏ ବୋଲି କହିଥାନ୍ତି କିଛି ବେପାରୀ।

ସମ୍ବନ୍ଧିତ ଖବର