ମା ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ତାଳଚେର/ସାଉଥବଲଣ୍ଡା : ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ ହୋଇଛି। ଚଳିତ ବର୍ଷ ମା’ଙ୍କ ମନ୍ଦିରର ପଶ୍ଚିମ ଦିଗରେ ପ୍ରାୟ ୧ କିଲୋମିଟର ଦୂର ଗୋପାଳପ୍ରସାଦ ହାଇସ୍କୁଲ୍‌ ନିକଟ ଗଜରାଜ ଷ୍ଟାଡିୟମଠାରେ ଦେବୀ ଆବିର୍ଭୂତ ହୋଇଛନ୍ତି। ଗତକାଲି ଜନ୍ତାଳ ପୂଜା ପରେ ମୁଖ୍ୟ ପୂଜକ ଦିଅଁ ଘରେ ଅଧିଆ ପଡ଼ିଥିଲେ। ଅର୍ଧରାତ୍ରରେ ଉଭାସ୍ଥଳ ସଂପର୍କରେ ତାଙ୍କୁ ସ୍ୱପ୍ନାଦେଶ ହୋଇଥିଲା। ଆଉ ତିନିଦିନ ପରେ ଉଭାସ୍ଥଳୀରେ ପୂଜା ଆରମ୍ଭ ହେବ। ଚଳିତ ମାସ ୩୦ରୁ ଏପ୍ରିଲ ୭ ତାରିଖ ପର୍ଯ୍ୟନ୍ତ ଗୋପାଳପ୍ରସାଦସ୍ଥିତ ମା’ଙ୍କ ପୀଠରେ ହିଙ୍ଗୁଳା ଯାତ୍ରା ସାଙ୍ଗକୁ ଲୋକ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ମନ୍ଦିର ପରିଚାଳନା କମିଟି ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧିତ ଖବର