କରୋନା କଟକଣା ମଧ୍ୟରେ ଖୁବ୍‌ ଶୀଘ୍ର ଖୋଲିବ ମା’ ମଝିଘରିଆଣୀଙ୍କ ମନ୍ଦିର

ରାୟଗଡ଼ା: ୨/୩ ଦିନ ମଧ୍ୟରେ ରାୟଗଡ଼ା ଜିଲ୍ଲାର ଧର୍ମାନୁଷ୍ଠାନ ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛି। ଏଥି ନିମନ୍ତେ ରାୟଗଡ଼ା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଜି ଚିନ୍ତନ କକ୍ଷରେ ବିଭିନ୍ନ ଧର୍ମଗୁରୁଙ୍କ ସହ ଜିଲ୍ଲାପାଳ ଆଲୋଚନା କରି କୋଭିଡ଼୍ କଟକଣା ମଧ୍ୟରେ ପ୍ରଶାସନର ନୋଟିସ୍ ପରେ ମନ୍ଦିର ଖୋଲିବାକୁ ନିର୍ଦେଶ ଦେଇଛନ୍ତି। ବିଶେଷ କରି ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରରେ ପ୍ରବଳ ଭିଡ଼ ହେଉଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଓ ସୁରକ୍ଷିତ ଦର୍ଶନ ଉପରେ ଜିଲ୍ଲାପାଳ ଗୁରୁତ୍ବାରୋପ କରିଛନ୍ତି।

ପ୍ରତ୍ୟେକ ରବିବାର, ବୁଧବାର ପଡୋଶୀ ଆନ୍ଧ୍ରପ୍ରଦେଶ, ଛତିଶଗଡ଼ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଶ୍ରଦ୍ଧାଳୁ ମଝିଘରିଆଣୀଙ୍କ ପୀଠକୁ ଆସୁଥିବାରୁ ଦର୍ଶନ ପାଇଁ କଡା ନିୟମ କରିଛି ପ୍ରଶାସନ। କୋଭିଡ଼୍ ଟିକାକରଣ ପ୍ରମାଣପତ୍ର ନଥିଲେ ମନ୍ଦିର ଭିତରକୁ ପ୍ରବେଶ ଉପରେ ରୋକ୍ ଲଗାଯାଇଛି। ଯାହା ଭକ୍ତଙ୍କ ଭାବାବେଗ ପ୍ରତି ଆଘାତ ପହଞ୍ଚାଇଛି। ପର୍ଯ୍ୟାୟକ୍ରମେ ମନ୍ଦିରକୁ ଥରକେ ୩୦ ଜଣ ଶ୍ରଦ୍ଧାଳୁଙ୍କୁ ଛଡାଯିବ ଏବଂ ନଡିଆ ମନ୍ଦିର ବାହାରେ ଭୋଗ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ବୈଠକରେ ଜିଲ୍ଲାପାଳ ଉପସ୍ଥିତ ଅନ୍ୟ ସମସ୍ତ ଧର୍ମର ଧର୍ମଗୁରୁଙ୍କୁ ସହ ମଧ୍ୟ ଆଲୋଚନା କରି ମନ୍ଦିର ଖୋଲିବାକୁ ପ୍ରସ୍ତୁତ ରହିବାକୁ କହିଥିଲେ। ସମସ୍ତ ଧର୍ମାନୁଷ୍ଠାନ ବାହାରେ ସାନିଟାଇଜର୍ ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ମନ୍ଦିର ଭିତରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତାକୁ ବଜାଇ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର