ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ପ୍ରସିଦ୍ଧ ମା’ ମଝିଘରିିଆଣୀ ମନ୍ଦିରର ହୁଣ୍ଡି ଗଣନା ଇତିମଧ୍ୟରେ ଶେଷ ହୋଇଛି। ଗଣନା ବେଳେ ହୁଣ୍ଡିରୁ ପ୍ରାୟ ୬୩ ଲକ୍ଷ ୩୮ ହଜାର ୧୦୫ ଟଙ୍କା ବାହାରିଛି। ସେହିପରି ୧୦୨ ଗ୍ରାମ ସୁନା ଓ ୨ କେଜି ୩୪୭ ଗ୍ରାମ ରୁପା ମଧ୍ୟ ବାହାରିଛି। ଏଥିସହିତ ମନ୍ଦିର ହୁଣ୍ଡିରୁ ୭୯ଟି ଅଚଳ ୫୦୦ ଟଙ୍କିଆ ସମେତ ଗୋଟିଏ ଅଚଳ ୧୦୦୦ ଟଙ୍କିଆ ନୋଟ୍ ବାହାରି ଥିବା ସୂଚନା ମିଳିଛି।