ରାୟଗଡ଼ା: ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ହୁଣ୍ଡି ଆଜି ଖୋଲିଛି। ହୁଣ୍ଡିରୁ ରେକର୍ଡ ୧ କୋଟି ୧ ଲକ୍ଷ ୨୩ ହଜାର ୩୮୦ ଟଙ୍କା ସହ ୧୦୪ ଗ୍ରାମ ସୁନା, ୨ କେଜି ୬୭୯ ଗ୍ରାମ ରୂପା ମିଳିଛି। ଏଥି ସହିତ ଡଲାର ଓ ବୈଦେଶିକ ମୁଦ୍ରା ମଧ୍ୟ ମିଳିଛି। ପୁରୁଣା ୩ଟି ୫୦୦ ଟଙ୍କିଆ ନୋଟ ହୁଣ୍ଡିରୁ ମିଳିଛି। ହୁଣ୍ଡିରୁ ମିଳିଥିବା ଟଙ୍କାକୁ ରାୟଗଡ଼ା ଉତ୍କଳ ଗ୍ରାମୀଣ ବ୍ୟାଙ୍କକୁ ପ୍ରଦାନ କରାଯାଇଛି। ହୁଣ୍ଡି ଟଙ୍କା ଗଣତି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।