ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ବଳି ବନ୍ଦ ମାମଲା : ହାଇକୋର୍ଟଙ୍କ ନିର୍ଦ୍ଦେଶ ସୁପ୍ରିମକୋର୍ଟରେ ଖାରଜ

ଭବାନୀପାଟଣା : କଳାହାଣ୍ଡିର ପ୍ରସିଦ୍ଧ ମା’ ମଣିକେଶ୍ୱରୀଙ୍କ ଛତରଯାତ୍ରାରେ ବଳି ବନ୍ଦ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଜି ମାନ୍ୟବର ସୁପ୍ରିମକୋର୍ଟ ଖାରଜ କରିଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ମା’ ମଣିକେଶ୍ୱରୀଙ୍କ ଛତରଯାତ୍ରାରେ ବଳିପ୍ରଥା ବନ୍ଦ ପାଇଁ ଆବେଦନକାରୀ ଜୟନ୍ତୀ ଦାସଙ୍କ ରିଟ ପିଟିସନ ୧୯୮୨୭/୨୦୧୭ର ମାମଲା ଶୁଣାଣି କରି ମାନ୍ୟବର ହାଇକୋର୍ଟ ୨୦୨୦ ମସିହା ଜାନୁୟାରୀ ୬ ତାରିଖରେ ଛତରଯାତ୍ରାରେ ବଳିପ୍ରଥା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଭବାନୀପାଟଣା ସହରର ଭବାନୀ ଶଙ୍କର ନିଆଲ ମାନ୍ୟବର ସୁପ୍ରିମକୋର୍ଟରେ ଏକ ରିଟ ପିଟିସନ ଦାୟର କରିଥିଲେ । ଏହି ମାମଲାକୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏ.ଏସ ବୋପାନ୍ନା, ଜଷ୍ଟିସ ଭି. ରାମ ସୁବ୍ରମଣ୍ୟମ ଆଜି ମାମଲାର ବିଚାର କରି ଓଡ଼ିଶା ହାଇକୋର୍ଟର ନିର୍ଦ୍ଦେଶକୁ ଅନ୍ତରୀଣ ସ୍ଥଗିତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କିରଣ କୁମାର ପାତ୍ର ମାମଲା ପରିଚାଳନା କରିଥିଲେ ।

gapuphotography.com

ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ଭବାନୀପାଟଣା ସହରସ୍ଥିତ ମା’ ମାଣିକେଶ୍ୱରୀଙ୍କ ଛତରଯାତ୍ରା ଜେନାଖାଲରୁ ରାଜ ପ୍ରାସାଦକୁ ଫେରିବା ବେଳେ ଭକ୍ତଙ୍କ ମାନସିକ ଅନୁଯାୟୀ ବଳି ଦିଆଯାଇଥାଏ । ବଳି ଯୋଗୁଁ ଯାତ୍ରା ରକ୍ତରଞ୍ଜିତ ହୋଇଥାଏ । ଦୀର୍ଘଦିନରୁ ଚଳି ଆସିଥିବା ଏହି ପରମ୍ପରାକୁ ବନ୍ଦ ପାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା । ଭକ୍ତଙ୍କ ଆବେଗକୁ ଦୃଷ୍ଟିରେ ରଖି ଆବେଦନକାରୀ ଭବାନୀ ଶଙ୍କର ନିଆଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଆଜି ସୁପ୍ରିମକୋର୍ଟରେ ମାମଲା ସ୍ଥଗିତ ହେବା ପରେ ଭକ୍ତ ମାନଙ୍କ ମଧ୍ୟରେ ଆଶ୍ୱସ୍ଥି ପ୍ରକାଶ ପାଇଛି ।

ସମ୍ବନ୍ଧିତ ଖବର