ସୋନପୁର: ସୋନପୁରର ପ୍ରସିଦ୍ଧ ମା’ ମାଣିକେଶ୍ବରୀଙ୍କ ବାର୍ଷିକ ମହାପୂଜା ଏବଂ ଜୁଗାର ଯାତ୍ରା ସୋମବାର ଜିଲ୍ଲା କୈବର୍ତ ସମାଜ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସୋମବାର ସକାଳ ୮ଟାରେ ମା’ଙ୍କ ପ୍ରତିମା ମାଣିକେଶ୍ବରୀ ମନ୍ଦିରକୁ ଅଣାଯାଇଥିଲା। ମଧ୍ୟାହ୍ନ ୧୨ଟାରେ ସ୍ଥାନୀୟ ବଡ଼ବଜାରଠାରୁ ଏକ ଶୋଭାଯାତ୍ରାରେ ଜୁଗାରଯାତ୍ରା ବାହରି ସହର ପରିକ୍ରମା କରି ମା’ ମାଣିକେଶ୍ବରୀଙ୍କ ମନ୍ଦିରକୁ ପହଂଚିଥିଲା। ପରେ ସେଠାରେ ରୀତିନୀତି ଅନୁଯାଇ ମହାପୂଜା କରାଯାଇଥିଲା। ମହାପୂଜା ପରେ ଜିଲ୍ଲା କୈବର୍ତ ସମାଜର ସାଧାରଣ ସଭା ସଭାପତି ଦେବରାଜ ମହାଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା।

Advertisment

ଏହି ସଭାକୁ ସମାଜସେବୀ ଗଙ୍ଗାଧର ତରିଆ ସଂଯୋଜନା କରିଥିଲେ। ଏଥିରେ ସମାଜର ଉପସଭାପତି ରାମଶଙ୍କର ସାହୁ, ସମ୍ପାଦକ ରବିନ୍ଦ୍ରନାଥ ତରିଆ, କୋଷାଧ୍ୟକ୍ଷ ରଘୁନାଥ ନାଏକ, ପୂର୍ବତନ ସଭାପତି ଝଗୁଡୁ ନଏକ ପ୍ରମୁଖ ଉପସ୍ଥିତ ରହି ସମାଜର ବିଭିନ୍ନ ସୁବିଧା ଅସୁବିଧା ଉପରେ ଆଲୋଚନା କରିଥିଲେ। ଏଥିରେ ସ୍ବତନ୍ତ୍ର ଅତିଥି ଭାବେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶରତ ଶତପଥୀ ଯୋଗ ଦେଇ ସାଂସଦଙ୍କ ପାଣ୍ଠିରୁ ୧୦ଲକ୍ଷ ଟଙ୍କା ମନ୍ଦିରର ଉନ୍ନତୀକରଣ ପାଇଁ ଦିଆଯିବ ବୋଲି ଘୋଷଣା କରିଥିଲେ। ସମ୍ପାଦକ ଶ୍ରୀ ତରିଆ ବାର୍ଷିକ ବିବରଣୀ ପାଠ କରିଥିଲେ। ଏଥିରେ ସୁରୁଜୁ ବଢେଇ, ଚନ୍ଦ୍ର ଦଣ୍ତସେନା, ପବିତ୍ର ସାହୁ, ମାର୍କଣ୍ତ ତରିଆ, ମାନଭଞ୍ଜନ ସେଠୀ, ଦେବରାଜ ତରିଆ, ରଘୁନାଥ ସେଠୀ, ନରେଶ ନାଏକ, ସୁଦାମ ନାଏକ, ବୈଦ୍ୟନାଥ ସାହୁ, ରାଜୀବ ମହାଲିକ, କେଶବ ବୁଡେକ, ବେଡା ବୁଡେକ, ବୁଢା ନାଏକ ପ୍ରମୁଖଙ୍କ ସହିତ ଜିଲ୍ଲାର ସମସ୍ତ କେନ୍ଦ୍ରର ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ।