ସମଲେଶ୍ୱରୀ ମନ୍ଦିର ହେଉଛି କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର/ସମ୍ବଲପୁର: ରାତି ପାହିଲେ ବହୁ ପ୍ରତିକ୍ଷୀତ ସମଲେଇ ପ୍ରକଳ୍ପ ଲୋକାର୍ପିତ ହେବ। ମା’ ସମଲେଶ୍ୱରୀ ପୀଠର ରୂପାନ୍ତରଣ ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତ୍ତା ରଖିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମା’ ସମଲେଶ୍ୱରୀ ହେଉଛନ୍ତି ସାରା ଓଡ଼ିଶାର ଆରାଧ୍ୟଦେବୀ। ମା’ ସମଲେଶ୍ୱରୀଙ୍କ ମନ୍ଦିର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଲୋକଙ୍କ ଭାବାବେଗକୁ ଦୃଷ୍ଟିରେ ରଖି ମନ୍ଦିରର ରୂପାନ୍ତରଣ କରାଯାଇଛି। ଏହା କୋଟି କୋଟି ଭକ୍ତଙ୍କ ଆସ୍ଥାର ପ୍ରକଳ୍ପ। ମା’ଙ୍କ ଆଶୀର୍ବାଦରୁ ପ୍ରକଳ୍ପ ହୋଇଛି। ମା’ଙ୍କ କୃପାରୁ ରେକର୍ଡ ସମୟ ଭିତରେ ପ୍ରକଳ୍ପ କାମ ସରିଛି। ଏହି ପ୍ରକଳ୍ପ ଓଡ଼ିଶାର ପର୍ଯ୍ୟଟନ ଓ ଅର୍ଥନୀତିକୁ ଆଗକୁ ନେବ। ଏକାସାଙ୍ଗରେ ହଜାର ହଜାର ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ। ସମଲେଇ ପ୍ରକଳ୍ପ ଭାଇଚାରା ଓ ମା’ଙ୍କ ଆଶୀର୍ବାଦର ପରିଚୟ। ରୂପାନ୍ତରଣ ପରେ ୩୮ ଏକର ଜାଗାରେ ମା’ ସମଲେଶ୍ୱରୀଙ୍କ ମନ୍ଦିର ଝଲସୁଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାନୁଆରି ୨୭ ତାରିଖଷର ସମଲେଇ ପୀଠର ଲୋକାର୍ପଣ କରିବେ। ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଭକ୍ତଙ୍କୁ ଦିବ୍ୟ ଅନୁଭବ ଦେବା ପାଇଁ ପ୍ରୟାସ ହୋଇଛି। ବିଶେଷ କରି ମନ୍ଦିର ସୁରକ୍ଷା, ବିକାଶ ଓ ଭକ୍ତଙ୍କ ସୁବିଧାକୁ ଗୁରୁତ୍ୱ ଦିଆଯାଇଛି। ସୁନ୍ଦର ଢଙ୍ଗରେ ସଜେଇ ହୋଇଛି ମା’ ସମଲେଶ୍ୱରୀ ମନ୍ଦିର। ରଙ୍ଗ ବେରଙ୍ଗ ଆଲୋକ ମାଳାରେ ସଜେଇ ହୋଇଛି ସମଲେଶ୍ୱରୀ ପୀଠ।

ମା’ ସମଲେଇ ପୀଠର ଲୋକାର୍ପଣ ପୂର୍ବରୁ କଳସ ଯାତ୍ରା ଆରମ୍ଭ ହୋଇଛି। ମହାନଦୀ ମାରୱାଡ଼ି ଘାଟରୁ ୧୧ଶହ କଳସ ଉଠିଛି। ସମ୍ବଲପୁରର ବିଭିନ୍ନ ସ୍ଥାନରୁ ଆସି ସ୍ୱତଃପ୍ରବୃତ୍ତ ଭାବେ ଏହି କଳସ ଯାତ୍ରାରେ ବିଭିନ୍ନ ବର୍ଗର ମହିଳାମାନେ ସାମିଲ ହୋଇଛନ୍ତି। ଉପବାସ ରହି କଳସ ଶୋଭାଯାତ୍ରାରେ ଜଳ ନେଇ ମହାନଦୀରୁ ମନ୍ଦିରକୁ ଯାଇଛନ୍ତି। ନଗର ପରିକ୍ରମା କରି ମନ୍ଦିରରେ ପହଞ୍ଚିବା ପରେ ମା ସମଲେଇ ପାଖରେ ଉପବାସ ଭାଙ୍ଗିଛନ୍ତି। ତେଣୁ ଏହି କଳସ ଯାତ୍ରାରେ ସାମିଲ ହୋଇ ଖୁସି ଥିବା ମହିଳାମାନେ କହିଛନ୍ତି।

ସମ୍ବନ୍ଧିତ ଖବର