ସମ୍ବଲପୁର : ଆଶ୍ବିନ ପୂର୍ଣ୍ଣିମା ଅବସରରେ ମା’ ସମଲେଶ୍ବରୀ ଭକ୍ତଙ୍କୁ ରାଜରାଜେଶ୍ବରୀ ବେଶରେ ଦର୍ଶନ ଦେଇଛନ୍ତି। ମହାଳୟାରେ ଧବଳମୁଖୀ ବେଶ ଧାରଣ କରିଥିବା ଜଗତ୍ଜନନୀ ପାର୍ବଣ ଋତୁର ଶେଷ ବେଶ ଭାବେ କୁମାର ପୂର୍ଣିମାରେ ରାଜରାଜେଶ୍ବରୀ ରୂପରେ ଭକ୍ତଙ୍କ ସମ୍ମୁଖରେ ଆବିର୍ଭାବ ହୋଇଛନ୍ତି। ଏହାକୁ ମାଆଙ୍କ ମହାରାଣୀ ବା ରାଜରାଣୀ ବେଶ ବି କୁହାଯାଏ। ରବିବାର ଅପରାହ୍ଣରେ ମନ୍ଦିରର ପୂଜକମାନେ ମା’ଙ୍କୁ ରାଜରାଜେଶ୍ବରୀ ବେଶରେ ସଜ୍ଜିତ କରିବା ପରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ଓ ଆଳତି କରା ଯାଇଥିଲା। ଅପରାହ୍ଣ ୪ଟା ପରେ ମା’ଙ୍କ ଏହି ବେଶ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲା ଯାଇଥିଲା। ଏହି ବେଶ ଦେଖିବା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା।
ମା’ ସମଲେଶ୍ବରୀଙ୍କ ରାଜରାଜେଶ୍ବରୀ ବେଶ
/sambad/media/post_attachments/wp-content/uploads/2019/10/SBPHO13-MAA-SAMALESWARI-NKA-RAJA-RAJESWARI-BESA.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)