ସମ୍ବଲପୁର : ସରକାରଙ୍କ ଦ୍ୱାରା ପରିବର୍ଦ୍ଧିତ ଲକ୍ଡାଉନକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଭକ୍ତ ମାନଙ୍କ ପାଇଁ ଦର୍ଶନ ବନ୍ଦ ରହିବ। ଏହି ଦିନ ମାନଙ୍କରେ ମାଁ ସମଲେଶ୍ୱରୀଙ୍କ ନୀତିକାନ୍ତି ତଥା ଦୈନନ୍ଦିନ ପୂଜାର୍ଚନା ବିଧି ନିର୍ଘଣ୍ଟ ଅନୁସାରେ ପୂଜକ ମାନଙ୍କ ଦ୍ୱାରା ସମ୍ପାଦିତ ହେବ ବୋଲି ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି। ତେବେ ଭକ୍ତମାନେ ପୂର୍ବଭଳି ନିୟମିତ ସାମାଜିକ ଗଣମାଧ୍ୟମରେ ମା’ଙ୍କ ପ୍ରାତଃ ଦର୍ଶନ ତଥା ସଂଧ୍ୟାରେ ୟୁଟ୍ୟୁବ୍ ଓ ଫେସ୍ବୁକ୍ ଲାଇଭ୍ ଜରିଆରେ ମା’ଙ୍କ ସାଂଧ୍ୟ ଆଳତି ଦର୍ଶନ କରିପାରିବେ ବୋଲି ସୂଚନା ଦିଆଯାଇଛି।
ମାଁ ସମଲେଶ୍ୱରୀଙ୍କ ଦର୍ଶନ ୩୧ ଯାଏ ବନ୍ଦ
/sambad/media/post_attachments/wp-content/uploads/2021/05/maa-samaleswari-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)