ଘଟଗାଁ : ଆଜି ମା’ତାରିଣୀଙ୍କ ୮୨ତମ ଚଇତି ପର୍ବର ଷଷ୍ଠ ଦିବସ ତଥା ମହାବିଷୁବ ସଂକ୍ରାନ୍ତି। ବିଶେଷ କରି ହିନ୍ଦୁ ନବବର୍ଷ। ଏହି ଦିବସରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଦୁଇଲକ୍ଷରୁ ଊର୍ଧ୍ୱ ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶ ହୋଇଥିଲା। ପ୍ରବଳ ଭିଡ଼ରେ ୧୪ରୁ ଊର୍ଧ୍ୱ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିଲେ। ଆଶୁ ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ ଫେରିଥିଲେ।
ନବବର୍ଷରେ ଘଟଗାଁ ତାରିଣୀଙ୍କ ଦର୍ଶନ ପାଇଁ ଗତକାଲି ରାତି ୪ଟାରୁ ଆଜି ଦିନ ୪ଟା ପର୍ଯ୍ୟନ୍ତ ମନ୍ଦିର ପରିସରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ଦିନ ଗୋଟାଏ ବେଳେ ମା’ଙ୍କ ପହଡ଼ ପଡ଼ିବାକୁ ଥିବା ବେଳେ ବହୁ ସଂଖ୍ୟାରେ ଭକ୍ତ ସେଠାରେ ଉପସ୍ଥିତ ଥିଲେ। ଲୋକଙ୍କ ଭିଡ଼କୁ ଲକ୍ଷ୍ୟ କରି ଆଜି ମା’ତାରିଣୀ ମନ୍ଦିର ପରିଚାଳନା ବୋର୍ଡ ଦିନ ତମାମ ଏହାକୁ ଖୋଲିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/tara.jpg)