ଘଟଗାଁ : ରଜ ସ˚କ୍ରାନ୍ତି ଉପଲକ୍ଷେ ଘଟଗାଁସ୍ଥିତ ମା’ ତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ସକାଳୁ ମା’ଙ୍କ ନିକଟରେ ଶ୍ୟାମସୁନ୍ଦର ଦେହୁରୀ, ଯଯାତି ଦେହୁରୀ, ପର୍ଶୁରାମ ଦେହୁରୀ, ସଦାନନ୍ଦ ଦେହୁରୀ, ପ୍ରଭାତ ଦେହୁରୀଙ୍କ ସମେତ ୨୦ରୁ ଊର୍ଦ୍ଧ୍ବ ପୂଜକ ଉପସ୍ଥିତ ରହି ମା’ଙ୍କ ମାର୍ଜନା, ବଡ଼ସିଂହାର ବେଶ, ମଙ୍ଗଳ ଆରତି ସହ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରିଥିଲେ। ଏଥିସହ ମା’ଙ୍କ ସୁନାବେଶ କରାଯାଇଥିଲା। ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଶ୍ରଦ୍ଧାଳୁ ପୂଜାର୍ଚ୍ଚନ କରିବା ସହ ସୁନାବେଶ ଦର୍ଶନ କରିଥିଲେ। ଆଜି ରଜ ସ˚କ୍ରାନ୍ତି ଉପଲକ୍ଷେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଆସି ମା’ ତାରିଣୀଙ୍କ ଦର୍ଶନ କରିଥିଲେ। ରଜ ସ˚କ୍ରାନ୍ତିରେ ଶ୍ରଦ୍ଧାଳୁମାନେ ମନ୍ଦିର ମୁଖ୍ୟ ଫାଟକଠାରୁ ଶିବ ମନ୍ଦିର ପର୍ଯ୍ୟନ୍ତ ଲମ୍ବାଧାଡ଼ିରେ ଥିଲେ। ଭିଡ଼ ଦୃଷ୍ଟିରୁ ୧୦୮ ମାନସିକ ନଡ଼ିଆ ମା’ଙ୍କ ଦୁଆରଶୁଆଣୀ ମନ୍ଦିରରେ ପିଟା ହୋଇଥିଲା। ମନ୍ଦିର ଚତୁଃପାର୍ଶ୍ବ ଲୋକାରାଣ୍ୟ ହୋଇଉଠିଥିଲା।
ରଜ ସ˚କ୍ରାନ୍ତିରେ ମା’ ତାରିଣୀ ପୀଠ ଲୋକାରଣ୍ୟ, ସୁନାବେଶ ଦର୍ଶନ କଲେ ଲକ୍ଷାଧିକ ଭକ୍ତ
/sambad/media/post_attachments/wp-content/uploads/2019/06/maa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)