ଘଟଗାଁ : ଶୁକ୍ରବାର ଦିନ ମା’ ତାରିଣୀ ମନ୍ଦିରର ହୁଣ୍ଡି ଗଣତି କରାଯାଇଛି। ଦେବୋତ୍ତର ବିଭାଗ ସମ୍ବଲପୁର ଡିଭିଜନାଲ ଇନ୍‌ସପେକ୍ଟର ଦକ୍ଷିଣ କୁମାର ମାରାଣ୍ଡି, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବ କୁମାର ମହାପାତ୍ର, ପୁଲିସ କର୍ମଚାରୀ ମଦନ ମୋହନ ପୂର୍ତ୍ତିଙ୍କ ଉପସ୍ଥିତିରେ ମନ୍ଦିର ବେଢ଼ା ଭିତର ଓ ବାହାରେ ଥିବା ୧୩ଟି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ଏଥିରୁ ୧୭ ଲକ୍ଷ ୯୦ ହଜାର ୩୨୫ ଟଙ୍କା, ୪୦ ଗ୍ରାମ ୮୯୦ ମିଲିଗ୍ରାମ ସୁନା ଏବଂ ୧ କେଜି ୨୫୧ ଗ୍ରାମ ୧୪୦ ମିଲିଗ୍ରାମ ରୁପା ବାହାରିଛି।

Advertisment

ଅବନୀ କୁମାର ଜେନା, ତରଣୀସେନ ରାଉତ, ଶରତ କୁମାର ବେହେରା, ହରେକୃଷ୍ଣ ପଲେଇ, ମହେଶ୍ୱର ସାହୁ,  ଶ୍ରୀକାନ୍ତ ଦେହୁରୀ, ଅରୁଣ କୁମାର ନାଏକ, ନବୀନ ମହାନ୍ତ, ବାଲ୍ମୀକି ବଳ, ପ୍ରଦୀପ କୁମାର ନାଏକ, ନାରାୟଣ ମୁଖର, ଚନ୍ଦ୍ରା ମୁଖୀ, ହରିହର ମହାନ୍ତ, ନକୁଳ ବେଜ, ବାବୁଲି ସା, ଏସ୍‌ବିଆଇ କର୍ମଚାରୀ ପାୟଲ ମଲ୍ଲିକ ଓ ସିପୁନ ସାହୁ ହୁଣ୍ଡି ଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିଲେ।