ବାରିପଦା : ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଦଳୀୟ କର୍ମୀଙ୍କୁ ଆକ୍ରମଣର ପ୍ରତିବାଦ ଓ ୧୬ ଦଫା ଦାବି ନେଇ ସୋମବାର ବିଜେପି ପକ୍ଷରୁ ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ସଫଳ ହୋଇଛି। ବନ୍ଦପାଳନ ଯୋଗୁଁ ଜିଲ୍ଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା। ବିଭିନ୍ନ ସ୍ଥାନରେ ଜାତୀୟ ରାଜପଥ ଅବରୋଧ ଯୋଗୁଁ ପରିବହନ ବ୍ୟବସ୍ଥା ସର୍ବାଧିକ ପ୍ରଭାବିତ ହୋଇଥିଲା। ବନ୍ଦ ସମ୍ପର୍କରେ ଅବଗତ ନଥାଇ ଘରୁ ବାହାରି ଆସିଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ।
ସୋମବାର ସକାଳୁ ବିଜେପିର ଶତାଧିକ କର୍ମୀ ବାରିପଦା ସହର ମୁର୍ଗାବାଡ଼ି ଓ ପାଲବଣିଠାରେ ଜାତୀୟ ରାଜପଥ ଅବରୋଧ କରିଥିଲେ। ଫଳରେ ଶହ ଶହ ଟ୍ରକ୍ ଓ ଗାଡ଼ିମଟର ଅଟକି ରହିଥିଲା। ପରେ ବାରିପଦାରେ ଦଳୀୟ କାର୍ଯ୍ୟକର୍ତ୍ତାମାନେ ପିକେଟିଂ କରି ସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ବେସରକାରୀ ଅନୁଷ୍ଠାନକୁ ବନ୍ଦ କରିଥିଲେ। ବନ୍ଦ ଡାକରା କାରଣରୁ ସହରର ଅଧିକାଂଶ ବ୍ୟାବସାୟିକ ପ୍ରତିଷ୍ଠାନ ସ୍ବତଃପ୍ରବୃତ୍ତ ଭାବେ ବନ୍ଦ ରହିଥିଲା।
ବାରିପଦାରେ ବିଧାୟକ ପ୍ରକାଶ ସୋରେନ, ଜିଲ୍ଲା ବିଜେପି ସଭାପତି (ପୂର୍ବ) କାନ୍ଦ୍ରା ସୋରେନ୍, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ବନ୍ଦ ପାଳନର ନେତୃତ୍ବ ନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/mayur-closed.jpg)