ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡର ବିଶୋଇ, ବିଜାତଳା ଓ କୁସୁମୀ ବ୍ଲକର ମିଳନ ସ୍ଥଳୀରେ ରହିଛି ସୁଲେଇପାଟ ପର୍ଯ୍ୟଟନ ସ୍ଥଳୀ। ଏହି ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ଏଠାରେ ପର୍ଯ୍ୟଟକମାନେ ଆକର୍ଷିତ ହେବା ପାଇଁ  ଚଳିତ ବର୍ଷ ଠାରୁ ଆରମ୍ଭ ହେବାକୁ ଯାଉଛି ଯନ୍ତ୍ରଚାଳିତ ବୋଟିଂର ସୁବିଧା। ପର୍ଯ୍ୟଟକମାନେ ସୁନ୍ଦର ପାର୍କରେ ବୁଲି ପିକନିକ କରିବା ସହିତ ବୋଟରେ ଡ୍ୟାମ ଭିତରେ ଥିବା ତିନି ଦୀପ ଝିଲୱ।ଙ୍ଗ ଡୁଙ୍ଗୁରୀ, ଗାଁଣ୍ଡେ ଡୁଙ୍ଗୁରୀ ଓ କାଟକମ ଡୁଙ୍ଗୁରୀକୁ ଯାଇ ବୁଲି ପାରିବେ। ଏହା ସହିତ କାଚ କେନ୍ଦୁ ଭଳି ଚକ ଚକ ପାଣି ଭିତରେ ରଙ୍ଗ ବେରଙ୍ଗର ମାଛ ଓ ଡ୍ୟାମ ଦୁଇ ପାର୍ଶ୍ଵରେ ରହି ବାନ୍ଧି ରଖିଥିବା ଦୁଇ ବିରାଟ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରି ପାରିବେ ପର୍ଯ୍ୟଟକ। ୧୯୭୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ସ୍ଥାନୀୟ ଲୋକଙ୍କ ଚାଷ ଓ ପର୍ଯ୍ୟଟନ ବିକାଶ ପାଇଁ ନିର୍ମାଣ ହୋଇଥିଲା ସୁଲେଇପାଟ ଡ୍ୟାମ। ସେହି ଦିନଠାରୁ ସ୍ଥାନୀୟ ଅଞ୍ଚଳ ତଥା ବାମାନଘଟି ଉପଖଣ୍ଡର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ପାଇଁ ଲୋକଙ୍କ ମଧ୍ୟରେ ସ୍ୱପ୍ନ ରହି ଆସୁଥିଲା।
Advertisment
publive-image
ଚଳିତ ବର୍ଷ ଏହି ପର୍ଯ୍ୟଟନ ସ୍ଥଳୀ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ବ୍ୟବସ୍ଥା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖୁସି ର ମାହଲ ଦେଖିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ବୋଟରେ ୨୪ଜଣ ଲୋକ ବୋଟିଂ କରି ପାରିବା ସହିତ ତିନି ଦୀପକୁ ଯାଇ ବୁଲିପାରିବେ।ଏହାର ସମସ୍ତ ଦାୟିତ୍ୱ ବାଦମପାହାଡ଼ ବନବିଭାଗର ସୁଲେଇପାଟ ବିଟ ସେକ୍ସନ ଦାୟିତ୍ୱରେ ଜୀବନଜୀବିକା କ୍ଷେତ୍ରରେ ସ୍ୱଚ୍ଛଳତା ପାଇଁ ବିଶୋଇ ବ୍ଲକର ଜଗନ୍ନାଥପୁର  ପଞ୍ଚାୟତର ଭଡୁରୁକଲା, ଟିଆକାଟି ଓ ସାରୁପାଣି ଗ୍ରାମର ଲୋକଙ୍କୁ ନେଇ ଏକ କମିଟି ଗଠନ କରାଯାଇ ସମସ୍ତ ଦାଇତ୍ୱ କମିଟି ଦ୍ବାରା ଚାଲିବ। ଏଠାରୁ ହେବାକୁଥିବା ରୋଜଗାରର ଲାଭାଂଶକୁ ଗ୍ରାମର ବିକାଶ ସହିତ ବୋଟର ପରିଚାଳନା ଓ ଡ୍ରାଇଭର, ଜଗୁଆଳି ଖର୍ଚ୍ଚ ବହନ ହେବ। ପାର୍କ ଓ ବୋଟିଂ ପାଇଁ ଆବଶ୍ୟକ କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଶେଷ କରିବାକୁ ଚେଷ୍ଟା ଚାଲିଥିବା ବେଳେ ଆସନ୍ତା ଡିସେମ୍ବର ମାସରୁ ପର୍ଯ୍ୟଟକମାନେ ଏହି ସୁବିଧାର ମଜା ନେଇ ପାରିବେ ବୋଲି ଦାୟିତ୍ୱରେ ଥିବା ଅଧିକାରୀ ଆଶା ରଖିଛନ୍ତି।