ମଦ ମୁକ୍ତ ଓଡ଼ିଶା ପାଇଁ ସରକାର କିଛି ବି ଚିନ୍ତା କରିନାହାନ୍ତି: ଅବକାରୀ ମନ୍ତ୍ରୀ

ଭୁବନେଶ୍ବର : ମଦ ମୁକ୍ତ ଓଡ଼ିଶା ଗଠନ ପାଇଁ ସରକାରଙ୍କ କୌଣସି ପ୍ରସ୍ତାବ ନାହିଁ। ଆଜି ବିଧାନସଭାରେ ବିଜେପି ସଦସ୍ୟ ନିତ୍ୟାନନ୍ଦ ଗଣ୍ଡଙ୍କ ଏକ ଲିଖିତ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ମନ୍ତ୍ରୀ କହିଛନ୍ତି, ପଡ଼ୋଶୀ ରାଜ୍ୟମାନଙ୍କ ସମେତ ଦେଶର ଅଧିକାଂଶ ରାଜ୍ୟରେ ନିଶା ନିବାରଣ ହୋଇ ନଥିବାରୁ ସେଠାରୁ ଆମ ରାଜ୍ୟକୁ ଚୋରାରେ ମଦ ଆସିବାର ଆଶଙ୍କା ରହିଛି। ଏହାସହିତ ନିଶା ନିବାରଣ ସୁଯୋଗ ନେଇ ଚୋରା ମଦ ଓ ନିଶା ବେପାରୀମାନେ ସେମାନଙ୍କ ବେଆଇନ ମଦ କାରବାରକୁ ବ୍ୟାପକ ଭାବେ ପ୍ରସାରଣ କରିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ। ଫଳରେ ନିଶା ସେବନ କରୁଥିବା ବ୍ୟକ୍ତି ବିଶୁଦ୍ଧ ମଦ ନ ପାଇ ବିଷାକ୍ତ ମଦ୍ୟପାନ କରିବେ ଏବଂ ଏଥିସହ ସ୍ବାସ୍ଥ୍ୟହାନୀ ତଥା ଧନଜୀବନ ହାନୀର ଆଶଙ୍କା ରହିଛି। ତେଣୁ ଚୋରା ମଦ ପ୍ରସାରକୁ ପ୍ରତିହତ କରିବା ପାଇଁ ବ୍ୟାପକ ଧରପଗଡ଼ କାର୍ଯ୍ୟକ୍ରମ ନିୟମିତ ଚାଲୁରହିଛି।

ସମ୍ବନ୍ଧିତ ଖବର