ମୁହଁ ଖୋଲିଲା ମାଧ ଖୁଣ୍ଟିଆ: କହିଲା ବିଧାୟକ ଫସାଇଛନ୍ତି

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ଗିରଫ ହୋଇଥିବା ଦୁର୍ଦାନ୍ତ ଅପରାଧୀ ମାଧ ଖୁଣ୍ଟିଆ ଆଜି ଗଣମାଧ୍ୟମ ସମ୍ମୁଖରେ ମୁହଁ ଖୋଲିଛି। କହିଛନ୍ତି ନିଆଳି ବିଧାୟକ ଡାକ୍ତର ପ୍ରମୋ‌ଦ ମଲ୍ଲିକ ମୋତେ ଫସାଇଛନ୍ତି। ତାଙ୍କରି ପ୍ରରୋଚନାରେ ହିଁ ପୁଲିସ ମୋତେ ଗିରଫ କରିଛି। ଆଜି କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରୁ ବଲାଙ୍ଗୀରକୁ କୋର୍ଟ ଚାଲାଣ ବେଳେ ମାଧ ଏଭଳି ବିସ୍ଫୋରକ ବୟାନ ଦେଇଛି।

ମାଧ କହିଛି, ବିଧାୟକ ନିଆଳି ନିର୍ବାଚନମଣ୍ଡଳୀରେ ହେଉଥିବା ପ୍ରତ୍ୟେକ ସରକାରୀ କାମରେ ପିସି ନେଉଛନ୍ତି। ମୁଁ ଓ ମୋର ସମର୍ଥକମାନେ ଏହାର ବିରୋଧ କରୁଥିଲୁ। ଗତ ପଞ୍ଚାୟତ ନିର୍ବାଚନ ସମୟରେ ଆମେ ତାଙ୍କୁ ଜୋରଦାର ବି‌ରୋଧ କରିବାରୁ ତାଙ୍କ ସମର୍ଥିତ ପ୍ରାର୍ଥୀମାନେ ପରାଜିତ ହୋଇଥିଲେ। ସେହି ଦିନଠାରୁ ସେ ମୋତେ ଟାର୍ଗେଟ୍‌ କରିଥିଲେ। କହିଥିଲେ, ସାଧାରଣ ନିର୍ବାଚନ ପୂର୍ବରୁ ତୋତେ ଗିରଫ କରାଯିବ। ଆଉ ସତକୁ ସତ ଗତକାଲି ମୋତେ ଗିରଫ କରାଗଲା। କ୍ରାଇମବ୍ରାଞ୍ଚ ପକ୍ଷରୁ ‌େଯଉଁ ସବୁ ଅଭିଯୋଗ କରାଯାଇଛି, ତାହା ସଂପୂର୍ଣ୍ଣ ମିଛ ବୋଲି ମାଧ କହିଛି।
ତେବେ ମାଧର ଏଭଳି ଅଭିଯୋଗ ସମ୍ପର୍କରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ମତାମତ ମିଳି ପାରିନାହିଁ।

ଏଠାରେ ପ୍ରକାଶଥାଉକି, ଗତକାଲି କ୍ରାଇମବ୍ରାଞ୍ଚ ମାଧ ଖୁଣ୍ଟିଆ ଓ ତାର ୩ ସହଯୋଗୀ କଟକ ଜିଲ୍ଲା ଟାଙ୍ଗୀ ଥାନା ଗୋକୁଳପୁରର ଚଗଲା ଓରଫ ପ୍ରଦୀପ ନାୟକ, କଟକ ଜିଲ୍ଲା ନିଆଳି ଥାନା ଅଧୀନ କୁଳଶ୍ରୀ ଗ୍ରାମର ପ୍ରତାପ ଚନ୍ଦ୍ର ସାହୁ, ବଲାଙ୍ଗୀର ଟାଉନ୍ଥା ନା ଅଧୀନ ମାଳପଡ଼ା ଗାଁର ସୟଦ ଇମିତିଆଜ ଅଲ୍ଲୀ ପ୍ରମୁଖଙ୍କୁ ଗିରଫ କରିଥିଲା। ପୁଲିସ ସେମାନଙ୍କ ନିକଟରୁ ଗୋଟିଏ ମାଉଜର, ୩ଟି ଗୁଳି, ୨ଟି ଭୁଜାଲି ଓ ଲୁହାରଡ୍‌ ଜବତ କରିଥିଲା। ମାଧ ଗ୍ୟାଙ୍ଗ୍ କଟକ ଓ ଭୁବନେଶ୍ବରର କେତେକ ସ୍ଥାନରେ ଡକାୟତି କରିବା ପାଇଁ ଯୋଜନା କରୁଥିଲେ ବୋଲି ଏସଟିଏଫ୍ ପକ୍ଷରୁ କୁହାଯାଇଛି। ଏହା ଛଡ଼ା ସେ ଟିଟୋ ନାଁ‌େର ପୂଜାବଟି ମଧ୍ୟ ମାଗୁଥି‌େଲ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର