ମୁଦ୍ରାକର ମାଧବ ଚନ୍ଦ୍ର ଘୋଷଙ୍କ ପରଲୋକ

କଟକ : ଜଗନ୍ନାଥ ‌ପ୍ରୋସେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା ତଥା ବିଶି‌ଷ୍ଟ ମୁଦ୍ରାକର ମାଧବ ଚନ୍ଦ୍ର ଘୋଷ ଆଉ ନାହାନ୍ତି। ମାର୍ଚ୍ଚ ୨୨ତାରିଖ ଶୁକ୍ରବାର ଦିନ ଡଗରପଡ଼ା ଷ୍ଟୋନିରୋଡ ବାସଭବନରେ ତାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୭ବର୍ଷ ହୋଇଥିଲା।

ସ୍ବର୍ଗତ ଘୋଷ କିଛି ଦିନ ହେବ ମଧୁମେହ ଓ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ସାହି ପରିକ୍ରମା କରି ପୁରୀ ନିଆଯାଇଥିଲା। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଅନ୍ତିମ ସଂସ୍କାର ହୋଇଥିଲା। ବଡ଼ ପୁଅ ଅସୀମ ମୁଖାଗ୍ନି ଦେଇଥିଲେ।

ସ୍ବର୍ଗତ ଘୋଷ ୧୯୫୧, ଜୁନ୍‌ ୧ତାରିଖ ପଶ୍ଚିମବଙ୍ଗ ହୁଗୁଳି ଜିଲ୍ଲାର ସେନାଇ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ସମାପ୍ତ ପରେ ୧୯୭୦ ମସିହାରେ କଟକ ଆସି ଏକ ଘରୋଇ ପ୍ରେସ୍‌ରେ ଚାକିରି ଜୀବନ ଆରମ୍ଭ କରିଥିଲେ।୧୯୭୭ ମସିହା ଶ୍ରୀଗୁଣ୍ଡିଚା ଦିନ ଡଗରପଡ଼ା ଷ୍ଟୋନି ରୋଡ୍‌ରେ ଜଗନ୍ନାଥ ପ୍ରୋସେସ୍ ପ୍ରାଇଭେଟ ଲିଃ.ନାମରେ ନିଜସ୍ବ ଏକ ପ୍ରେସ୍ ପ୍ରତିଷ୍ଠା କରିଥିଲେ। ନିଜ ଅନୁଷ୍ଠାନ ମାଧ୍ୟମରେ ସ୍ବର୍ଗତ ଘୋଷ ମୁଦ୍ରଣ ଶିଳ୍ପରେ ବେଶ୍‌ ସଫଳ ହୋଇଥିଲେ। ଏହି ସଫଳତା ପାଇଁ ସେ ବହୁ ଅନୁଷ୍ଠାନ ଦ୍ବାରା ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇଥିଲେ।

ସମ୍ବନ୍ଧିତ ଖବର