ଭୁବନେଶ୍ବର: ବାରାଣାସୀ ନନ୍ଦୀ ସେବା ସଂସ୍ଥାନ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ସୃଜନ ଶିଖର ସମ୍ମାନ ୨୦୨୫ ବର୍ଷ ପାଇଁ ହିନ୍ଦୀ କ୍ଷେତ୍ରରୁ ବିଖ୍ୟାତ କବି ମାଧବ କୌଶିକ ଏବଂ ଅଣହିନ୍ଦୀ କ୍ଷେତ୍ରରୁ ବିଶିଷ୍ଟ କଥାଶିଳ୍ପୀ ଗୌରହରି ଦାସଙ୍କୁ ପ୍ରଦାନ କରାଯିବ। ଏହି ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ଯେ ଏହି ପୁରସ୍କାର ପ୍ରତିବର୍ଷ ଜଣେ ହିନ୍ଦୀ ସାହିତ୍ୟିକ ଏବଂ ଆଉଜଣେ ଅଣହିନ୍ଦୀ ରାଜ୍ୟର ବିଶିଷ୍ଟ ଲେଖକଙ୍କୁ ପ୍ରଦାନ କରାଯାଇଥାଏ। ଆସନ୍ତା ୨୫-୨୬ ଦୁଇଦିନ ଧରି ବାରାଣାସୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟ ସାରସ୍ବତ ସମାବେଶରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପୃଥ୍ବୀଶ ନାଗ ଏହି ସମ୍ମାନ ପ୍ରଦାନ କରିେବ। ହିନ୍ଦୀ ଭାଷାର ବିଶିଷ୍ଟ ଲେଖକ ମାଧବ କୌଶିକ ସଂପ୍ରତି କେନ୍ଦ୍ର ସାହିତ୍ୟ ଏକାଡେମୀର ସଭାପତି ଅଛନ୍ତି। ଅନ୍ୟପକ୍ଷରେ ଗୌରହରି ଦାସ ଓଡ଼ିଆ ସାହିତ୍ୟର କଥାଶିଳ୍ପୀ ଓ ନାଟ୍ୟକାର ଭାବେ ସୁପ୍ରତିଷ୍ଠିତ। ସେ ମଧ୍ୟ ‘କଥା’ ପତ୍ରିକାର ସଂପାଦକ ଅଛନ୍ତି। ଏହାଛଡ଼ା, ଏହି ସମାବେଶରେ ବିଭିନ୍ନ ରାଜ୍ୟର ସାହିତ୍ୟ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୫ଜଣଙ୍କୁ ସୃଜନ ପୁରସ୍କାର ବାବଦକୁ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଓ ମାନପତ୍ର ପ୍ରଦାନ କରାଯିବ ବୋଲି ଏହି ଅନୁଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଶଶିକଳା ପାଣ୍ଡେୟ ଜଣାଇଛନ୍ତି।
ମାଧବ କୌଶିକ, ଗୌରହରି ଦାସଙ୍କୁ ସୃଜନ ଶିଖର ସମ୍ମାନ
ବାରାଣାସୀ ନନ୍ଦୀ ସେବା ସଂସ୍ଥାନ ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ସୃଜନ ଶିଖର ସମ୍ମାନ ୨୦୨୫ ବର୍ଷ ପାଇଁ ହିନ୍ଦୀ କ୍ଷେତ୍ରରୁ ବିଖ୍ୟାତ କବି ମାଧବ କୌଶିକ ଏବଂ ଅଣହିନ୍ଦୀ କ୍ଷେତ୍ରରୁ ବିଶିଷ୍ଟ କଥାଶିଳ୍ପୀ...
/sambad/media/media_files/2025/06/12/pIdPoJyJ8g3qBeCnRBhU.jpg)