ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ ଏକ ନାମୀ ଜୁଏଲାରୀ ଦୋକାନରୁ ଗହଣା କିଣିଲେ ଧକ୍‌ ଧକ୍‌ ଗାର୍ଲ ମାଧୁରୀ

ଭୁବନେଶ୍ୱର: ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନସ୍ଥିତ ଏକ ନାମୀ ଜୁଏଲରୀ ଦୋକାନରୁ ବୁଧବାର ମାଧୁରୀ ଦୀକ୍ଷିତ ଗହଣା କିଣିଛନ୍ତି। ମାଧୁରୀ ଯେଉଁ ଗହଣା କିଣିଛନ୍ତି ସେଥିରେ ତାରକସୀ କାମ ହୋଇଥିବା ସୂଚନା ମିଳିଛି। ଏଥିସହ ଜଗନ୍ନାଥ ଓ ଗଣେଶଙ୍କ ତାରକାସୀ କାମର ମୂର୍ତ୍ତି କିଣି ସାଥୀରେ ନେଇଛନ୍ତି ମାଧୁରୀ । ଭୁବନେଶ୍ୱରୁ ମାଧୁରୀ ପାଖାପାଖି ୭୦ ହଜାର ଟଙ୍କାର  ଅଳଙ୍କାର କିଣିଥିବା ଜଣାପଡିଛି । ଏହି ସମୟରେ ମାଧୁରୀଙ୍କ ଦେଖିବାକୁ ମାଷ୍ଟରକ୍ୟାଣ୍ଟିନ ଛକରେ କିଛି ସମୟ ପାଇଁ ଟ୍ରାଫିକ ଜାମ ଲାଗି ରହିଥିଲା। ମାଧୁରୀଙ୍କ ଗୋଟିଏ ଝଲକ ପାଇଁ ଫ୍ୟାନଙ୍କର ପ୍ରବଳ ଭିଡ ଜମି ରହିଥିଲା।

ଉଲ୍ଲେଖ ଥାଉ କି, ହକି ବିଶ୍ୱକପର ଉଦଘାଟନୀ ଉତ୍ସବରେ ଯୋଗଦେବାକୁ ମାଧୁରୀ ଗତ ସୋମବାର ଭୁବନେଶ୍ୱର ଆସିଥିଲେ। ଉଦଘାଟୀ ଉତ୍ସବରେ ମାଧୁରୀଙ୍କ ଜବରଦସ୍ତ ପରଫରମାନ୍‌ସ ଦେଖିବାକୁ ମିଳିଥିଲା । ଗତ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଅନ୍ତର୍ଜାତୀୟ କୋରିଓଗ୍ରାଫର ସମକ ଦାଭର୍‌ଙ୍କ ନୃତ୍ୟ ନିର୍ଦ୍ଦେଶନାରେ ମାଧୁରୀ ‘ମଦର ଆର୍ଥ’ ବା ‘ମା ବସୁଧା’ ଭୂମିକାରେ ଅବତୀର୍ଣ୍ଣ ହୋଇ ପୃଥିବୀର ପରିବେଶ ସୁରକ୍ଷା ଉପରେ ନୃତ୍ୟ ପ୍ରସ୍ତୁତ କରିଥିଲେ। ଏହାପରେ ମାଧୁରୀ ନିଜ ନୃତ୍ୟ ଉପସ୍ଥାପନାରେ ହକି ଏକ ଜନଜାତିର ଖେଳ ବୋଲି ଉଲ୍ଲେଖ କରିଥିଲେ। ଏଥିସହ ସେ ଭାରତ ଏକ ସୀମାବଦ୍ଧ ଭୂଖଣ୍ଡ ନୁହେଁ, ଏକ ବିଚାରଧାରା ଓ ଆଦର୍ଶ ବୋଲି ଦର୍ଶାଇ ଥିଲେ। ମାଧୁରୀଙ୍କ ସହ ୧୧୦୦ କଳାକାର ନୃତ୍ୟ କରିଥିଲେ। ଏହା ସମସ୍ତଙ୍କ ମନ ଜିଣିଥିଲା। ମାଧୁରୀ ବିଭିନ୍ନ ପୋଷାକରେ ସଜ୍ଜିତ ହୋଇ ଦିଶୁଥିଲେ ଖୁବ୍‌ ଆକର୍ଷଣୀୟ।

ସମ୍ବନ୍ଧିତ ଖବର