ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ କୁଳପତି ଓ ସିଏଫ୍‌ ନିଯୁକ୍ତି ପାଇଁ ଚିଠି

ଭୁବନେଶ୍ବର : ଆସନ୍ତା ଜୁନ୍‌ ୧ରୁ କଟକସ୍ଥିତ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଖୋଲିବ। ହାତରେ ଆଉ କମ୍‌ ସମୟ ବାକି ଥିବାରୁ ବିଶ୍ବବିଦ୍ୟାଳୟ କୁଳସଚିବ ଓ ବିତ୍ତ ନିୟନ୍ତ୍ରକ(ସିଏଫ୍‌) ନିଯୁକ୍ତି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ବିଭାଗର ସ୍ବତନ୍ତ୍ର ସଚିବ ଲକ୍ଷ୍ମୀଧର ମହାନ୍ତି ମଙ୍ଗଳବାର ରାଜ୍ୟ ଅର୍ଥ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗକୁ ଚିଠି ଲେଖି ଉକ୍ତ ଦୁଇ ପଦରେ ନିଯୁକ୍ତି ଲାଗି ଅନୁରୋଧ କରାଯାଇଛି। ସିଏଫ୍‌ ନିଯୁକ୍ତି ଲାଗି ଅର୍ଥ ବିଭାଗ ଅତିରିକ୍ତ ସଚିବଙ୍କୁ ଚିଠି ଲେଖାଯାଇ ଓଡ଼ିଶା ଅର୍ଥ ସେବାର ଜଣେ ଅଧିକାରୀଙ୍କ ନାମ ସୁପାରିସ କରିବାକୁ ଅନୁରୋଧ କରାଯାଇଛି। ସେହିପରି କୁଳସଚିବ ପଦ ପାଇଁ ଜଣେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଅଧିକାରୀଙ୍କ ନାମ ସୁପାରିସ କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର