ଭୁବନେଶ୍ବର : ରାଜ୍ୟରେ ଥିବା ସମସ୍ତ ସରକାରୀ ଓ ଘରୋଇ ଆଇନ କଲେଜଗୁଡ଼ିକ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଅଧୀନକୁ ଆସିବେ। ଏପ୍ରିଲ ୨୮ରୁ ସମ୍ପୃକ୍ତ କଲେଜଗୁଡ଼ିକ ଯେଉଁ ବିଶ୍ବବିଦ୍ୟାଳୟ ଦ୍ବାରା ଅନୁବନ୍ଧିତ ଅଛନ୍ତି ସେଠାରୁ ଓହରିବେ ଏବଂ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ ଦ୍ବାରା ଅନୁବନ୍ଧିତ ହେବେ। ତେବେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଥିବା ଆଇନ କଲେଜଗୁଡ଼ିକୁ ଏହି ପ୍ରକ୍ରିୟାରୁ ବାଦ୍ ପଡ଼ିବେ। ସେମାନେ ପୂର୍ବଭଳି ଉକ୍ତ ବିଶ୍ବବିଦ୍ୟାଳୟ ଦ୍ବାରା ହିଁ ପରିଚାଳିତ ହେବେ। ୨୦୨୦ ମାର୍ଚ୍ଚ ୪ ଓ ଜୁନ୍ ୧୧ରେ ଜାରି ହୋଇଥିବା ବିଜ୍ଞପ୍ତି ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।
୨୮ରୁ କାର୍ଯ୍ୟକ୍ଷମ ହେବ ମଧୁସୂଦନ ଆଇନ ବିଶ୍ବବିଦ୍ୟାଳୟ,ଅଧୀନକୁ ଆସିବେ ସବୁ ଆଇନ କଲେଜ
/sambad/media/post_attachments/wp-content/uploads/2021/04/Madhusudan-Law-College-Cuttack.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)